ସାତଦିନ ବଢ଼ିଲା ଧାନକିଣା ଅବଧି
ଚାଷୀଙ୍କ ପାଇଁ ଖୁସିର ଖବର । କାରଣ ଧାନକିଣା ଅବଧି ୭ଦିନ ବୃଦ୍ଧି ପାଇଛି ।
ରାଜ୍ୟ ସରକାର ଖରିଫ ଧାନକିଣା ଅବଧି ୭ଦିନ ବୃଦ୍ଧି କରିଛନ୍ତି । ଏନେଇ ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେପରି ଜଣେ ଚାଷୀଙ୍କ ଟୋକନ ଲାପସ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।
ଚଳିତ ଖରିଫ ଋତୁରେ ୭୭ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି ।
୧୮ଲକ୍ଷ ୬୪ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି ।
ଚାଷୀଭ୍କ ଖାତାକୁ ୨୨ ହଜାର ୮୮୪କୋଟି ଟଙ୍କା ଯାି ସାରିଲାଣି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।