ଚଣ୍ଡିଗଡ଼ : ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ
ଚଣ୍ଡିଗଡ଼ ବିଜେପି କାର୍ଯ୍ୟାଳୟ ବାହାରେ ଅପରାହ୍ନ ପ୍ରାୟ ୫ଟା ସମୟରେ ବିସ୍ଫୋରଣ ହେବା ଫଳରେ ଅଂଚଳରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି ।
ବିସ୍ଫୋରଣର ତୀବ୍ରତା ଏତେଟା ତୀବ୍ର ଥିଲା ଯେ ବହୁ ଦୂରର ଲୋକମାନେ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇ ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଛନ୍ତି ।
ଘଟଣାକୁ ନେଇ ଅଂଚଳରେ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି ହୋଇଛି ।
ପୁଲିସ ସମଗ୍ର ଅଂଚଳକୁ ସିଲ୍ କରିଦେଇଛି । ତଦନ୍ତ ଆରମ୍ଭ ସହ ନିକଟସ୍ଥ ସମସ୍ତ ସିସି କ୍ୟାମେରାର ଫୁଟେଜ ସଂଗ୍ରହ କରି ସ୍କାନ କରାଯାଉଛି ।
ଉଲ୍ଲେଖନୀୟ ଯେ ବିସ୍ଫୋରଣ ସ୍ଥାନ ନିକଟରେ ପେଟ୍ରୋଲ ପମ୍ପ ରହିଛି । ତେବେ କୌଣସି ମୃତାହତ ଖବର ପୁଲିସ ନିକଟରେ ନାହିଁ ।
ଘଟଣା ପଛରେ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ଏବଂ କେଉଁ କାରଣରୁ ଏଭଳି ବିସ୍ଫୋରଣ ଘଟିଲା ତାହା ନେଇ ପୁଲିସ ତଦନ୍ତ ଜାରି ରଖିଛି ।