ରାଜଧାନୀରୁ ଚୋରା ବନ୍ଧୁକ ଜବତ, ବେପାରୀ ଗିରଫ
୨ଟି ସେମି ଅଟୋମେଟେଡ ପିସ୍ତଲ ଓ ୧୦ଟି ଜୀବନ୍ତ ଗୁଳି ଜବତ
ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ଅଂଚଳରୁ ଚୋରା ବନ୍ଧୁକ ଜବତ କରିଛି କମିଶନରେଟ ପୁଲିସ । ଚୋରା ଜବତ ବନ୍ଧୁକ ମଧ୍ୟରେ ୨ଟି ସେମି ଅଟୋମେଟେଡ ପିସ୍ତଲ ଓ ୧୦ଟି ଜୀବନ୍ତ ଗୁଳି ଜବତ ହୋଇଛି । ଏହି ଘଟଣାରେ ପୁଲିସ ଅମରେଶ ରାଉତ ଓରଫ କାହ୍ନା ନାମକ ଜଣେ ଯୁବକକୁ ଗିରଫ କରିଛି । ବନ୍ଧୁକଟି ସେମି ଅଟୋମେଟିକ ହୋଇଥିବାବେଳେ ଏଥିରୁ ଏକାଥରକେ ୬ଟି ଗୁଳି ବାହାରିପାରିବ ।
ତେବେ ରାଜଧାନୀରୁ ଅପରାଧକୁ ମୂଳପୋଛ କରିବା ପାଇଁ ଗତ କିଛି ଦିନ ହେବ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ଼କୁ ଜୋରଦାର କରାଯାଇ ବେଆଇନ ଚୋରା ଅସ୍ତ୍ରଶସ୍ତ୍ର, ଚୋରା ମଦ, ବ୍ରାଉନସୁଗର, ଗଂଜେଇ, ଅଫିମ ଭଳି ନିଶାଦ୍ରବ୍ୟଗୁଡ଼ିକ ଜବତ କରାଯାଉଛି ।
ତେବେ ଗିରଫ ଅମରେଶ ରାଜଧାନୀରେ ବନ୍ଧୁକ ମୁନରେ ଜୋରଜବରଦସ୍ତି ଲୋକଙ୍କ ଠାରୁ ଜମି ଜବରଦଖଲ କରୁଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ।
ଅମରେଶ ନାମରେ ଯାଜପୁରର କୁଆଖିଆରେ ହୋଇଥିବା ଝରାଫୁଲ ମର୍ଡର କେସରେ ମଧ୍ୟ କାହ୍ନାର ସମ୍ପୃକ୍ତି ଥିବା ଜଣାପଡ଼ିଛି ।
ଜଣେ ଯୁବକ ବନ୍ଧୁକ ମୁନରେ ରାଜଧାନୀରେ ଜମି ଜବରଦଖଲ କରୁଥିବା ନେଇ ଅଭିଯୋଗ ପାଇ ସ୍ୱତନ୍ତ୍ର ଅପରାଧ ଶାଖା ଅମରେଶକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ।
ତା’ର ବାଇକ୍ର ଡିକିରୁ ଗୋଟିଏ ସେମିଅଟୋମେଟେଡ ପିସ୍ତଲ ଓ ତା’ ଅଂଟାରୁ ମଧ୍ୟ ଗୋଟିଏ ସେମି ଅଟୋମେଟେଡ ପିସ୍ତଲ ଏବଂ ୧୦ ରାଉଣ୍ଡ ଗୁଳି ଜବତ କରିଥିଲା ।
ସେ ଅନ୍ତଃରାଜ୍ୟ ବନ୍ଧୁକ କାରବାରରେ ମଧ୍ୟ ଲିପ୍ତ ଥିବା ପୁଲିସ ସନେ୍ଦହ କରୁଛି ।