କୂଅକୁ କାର ଖସି ୯ ମୃତ
ମହାରାଷ୍ଟ୍ରର ନାସିକ ଜିଲାର ଡିଣ୍ଡୋରିଠାରେ ଏକ ହୃଦୟ ବିଦାରକ ଘଟଣା ସାଧାରଣଙ୍କ ନଜରକୁ ଆସିଛି ।
ଡିଣ୍ଡୋରିର ଶିବାଜୀ ନଗର ଅଂଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିବାଦ୍ୱାରା କାର ମଧ୍ୟରେ ଥିବା ଗୋଟିଏ ପରିବାରର ୯ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିଲେ । ଏହି ଘଟଣା ଏପ୍ରିଲ ୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ଡିଣ୍ଡୋରିର ଶିବାଜୀନଗର ଅଂଚଳରେ ଘଟିଛି ।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇର୍ ପଠାଇଛି । ଘଟଣାକୁ କେନ୍ଦ୍ରକରି ଏକ ଏକ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ ଯେ ଦରଗୁଡ଼େ ପରିବାରର କିଛି ସଦସ୍ୟ ଜଣଙ୍କ ଘରୁଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଫେରିବା ସମୟରେ ସେମାନଙ୍କ କାରଟି ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡ଼ିଥିଲା ।
ଦୁର୍ଘଟଣାର ଖବର ପାଇ ଡିଣ୍ଡୋରୀ ପୁଲିସ, ପ୍ରଶାସନ ଏବଂ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚିଥିଲେ । ଦୁଇଟି ହାଇଦ୍ରା କ୍ରେନ୍ ଏବଂ ବୁଡ଼ାଳିଙ୍କ ସହାୟତାରେ ବିଳମ୍ବିତ ରାତ୍ରିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କୂଅ ମଧ୍ୟରୁ ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରାଯାଇଛି ।
କାରରେ ଥିବା ଲୋକଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲା ।
ଘଟଣାକୁ କେନ୍ଦ୍ର କରି ଅଂଚଳରେ ଶୋକର ଛାୟା ଖେଳିଯାଇଛି ।