କୋରଡ଼ା ବାଣ ବିସ୍ଫୋରଣ : ୪ ଗିରଫ
ନୂଆଁଗାଁ କୋରଡ଼ା ବାଣ ବିସ୍ଫୋରଣ ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି ।
ଶୁକ୍ରବାର ପ୍ରଚଣ୍ଡ ବିସ୍ଫୋରଣ ଘଟିବାଦ୍ୱାରା ୬ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସ ଓ କଟକର ଏସସିବିରେରେ ଚିକିତ୍ସାଧୀନ ଥିଲେ ।
ଆଜି ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟ ଘଟିଛି । ମୃତକ ଜଣକ ମୀନଗାଡ଼ିଆ ଗ୍ରାମର ବାପି ନାହାକ । ସେ ଘରେ ରହି ବାଣ ଭିଡ଼ୁଥିବା ସମୟରେ ଏଭଳି ବିସ୍ଫୋରଣ ଘଟିଥିଲା ।
ଏବେବି ଏମସରେ ୨ଜଣ ଓ ଏସସିବିରେ ୩ଜଣ ଚିକିତ୍ସାଧୀନ ରହିଛନ୍ତି । ୭ତାରିଖରେ ହେବାକୁ ଲଙ୍କାପୋଡ଼ି ଉତ୍ସବ ପାଇଁ ବାଣ ଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା ।
ଘଟଣା ପଥରେ ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ତାହା ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।