ମା’ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି
ମା’ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି ଘଟଣାକୁ ନେଇ ସାଧାରଣରେ ଚାଂଚଲ୍ୟ ଖେଳିଯାଇଛି ।
ଜଣାପଡ଼ିଛି ଯେ ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ ମନ୍ଦିରର ଚାବି ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।
ମନ୍ଦିର ଭିତରେ ଥିବା ଷ୍ଟୋର ରୁମ୍ର ତାଲା ଭାଙ୍ଗି ସାମଗ୍ରୀ ଚୋରି କରିବା ସହ ଭକ୍ତଙ୍କ ହୁଣ୍ଡି ବାକ୍ସକୁ ମଧ୍ୟ ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି ।
ଆଜି ସକାଳେ ମନ୍ଦିର ପୂଜା ପାଇଁ ପୂଜକ ମନ୍ଦିରକୁ ଆସି ଦେଖନ୍ତ ିଯେ ମନ୍ଦିରର ତାଲା ଭଙ୍ଗା ଅବସ୍ଥାରେ ରହିଛି ଏବଂ ହୁଣ୍ଡି ବାକ୍ସରୁ ସମସ୍ତ ଟଙ୍କା ଚୋରି ହୋଇଯାଇଛି ।
ପରେ ଘଟଣା ସମ୍ପର୍କରେ ମନ୍ଦିର କମିଟି ପକ୍ଷରୁ ଭଦ୍ରକ ଗ୍ରାମାଂଚଳ ପୁଲିସକୁ ଖବର ଦିଆଯିବାଦ୍ୱାରା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ସନ୍ଧାନୀ କୁକୁର ଆସିଥିବାବେଳେ ସାଇଂଟିଫିକ୍ ଦଳ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ମିଳିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି ।
ତେବେ ଅଭିଯୁଙ୍କୁ ପୁଲିସ ଏପର୍ଯ୍ୟନ୍ତ ଠାବ କରିପାରି ନାହିଁ । ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।