ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଲେ ୩ ସାଂସଦ
ରାଜ୍ୟସଭାରେ ଓଡ଼ିଶାର ନବ ନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଛନ୍ତି ।
ଓଡ଼ିଶାରୁ ୩ଜଣ ସାଂସଦଙ୍କ ନାମ ହେଲା ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲୀପ କୁମାରାୟ । ଏହି ତିନି ସାଂସଦ ଆଜି ଓଡ଼ିଆରେ ଶପଥ ପାଠ କରିଛନ୍ତି ।
ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସଂସଦ ଭବନରେ ଓନିଶାରୁ ନବନିର୍ବାଚିତ ତିନି ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ପାଠ କରି ନାହାଁନ୍ତି । କାରଣ ଜଣାପଡ଼ି ନାହିଁ । ୨୦୨୬ ମସିହା ମାର୍ଚ ୧୬ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ନିର୍ବାଚନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଥିବାବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିଲେ ।
ସେହିପରି ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିଲେ ।