୨୩ ଜିଲା : ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା
ରାଜ୍ୟର ୨୩ଟି ଜିଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା ହୋଇଛି ।
ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଭ୍କ ନାମ ଜାରି କରିଛନ୍ତି ।
ଅନୁଗୁଳ ଜିଲା ପାଇଁ ବଶିଷ୍ଠ ନାୟକ (ଅଧ୍ୟକ୍ଷ), ସୁରୁମଣି ଛତର (ଉପାଧ୍ୟକ୍ଷ), ବଲାଙ୍ଗିରରେ ବଲ୍ଲଭ ଧରୁଆ (ଅଧ୍ୟକ୍ଷ) ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ), ବାଲେଶ୍ୱରରେ ଯଥାକ୍ରମେ ବିପିନ ମାରାଣ୍ଡି, ଝରଣା ସିଂ, ବରଗଡ଼ରେ ଗୋବର୍ଦ୍ଧନ ଭୋଏ, ତିଳୋତମା ଭୁଏ, ବୌଦ୍ଧରେ ଡମରୁ ଧର କହଁର, ଝରଣା ଜାନି, ଦେବଗଡ଼ରେ ପ୍ରଶାନ୍ତ ବେହେରା, ପ୍ରମିଳା କିଶାନ, ଢେଙ୍କାନାଳରେ ନାଉରି ସିଂ, ସେବତୀ ଭୋଇ, ଗଜପତିରେ କାମଦେବ ବଡ଼ନାୟକ, ପଙ୍କଜିନୀ ଦଳାଇ, ଗଞ୍ଜାମରେ ନୀଳମାଧବ ପାତ୍ର, ଲଲିତା ପ୍ରଧାନ, ଯାଜପୁରରେ ରାଜେନ୍ଦ୍ର କାନ୍ଦୁଳିଆ, ଶାନି ଜରିକା, ଝାରସୁଗୁଡ଼ାରେ ସାମଲ ନାଏକ, ସଂଯୁକ୍ତ ଓରାମ, କଳାହାଣ୍ଡିରେ ବିଜୟ ଦିଶାରୀ, ରୀନା ଭୋଇ, କନ୍ଧମାଳରେ ମାନଗୋବିନ୍ଦ ପ୍ରଧାନ, କଳ୍ପନା କହଁର, କେନ୍ଦୁଝରରେ ମମିତା ନାଏକ, ମାନଓ ନାଏକ, କୋରାପୁଟରେ ଭଗବାନ ମୁଦୁଲି, ସୁକାନ୍ତି ମାଝୀ, ମାଲକାନଗିରିରେ ଗଙ୍ଗାଧର ସୋଡି, ସାବିତ୍ରୀ ପଡ଼ିଆମି, ମୟୂରଭଞ୍ଜରେ ବୁଧାନ ମୁର୍ମୁ, କୌଶଲ୍ୟା ନାଏକ, ନବରଙ୍ଗପୁରରେ ବାସନ୍ତୀ ମାଝି, ଲିଙ୍ଗରାଜ ଭତ୍ରା, ନୟାଗଡ଼ରେ ତ୍ରିନାଥ ମଲ୍ଲିକ ସମିତା ଦେହୁରି, ନୂଆପଡ଼ାରେ ହୋମେସିଂ ମାଝୀ ବେଲାମତି ମାଝୀ, ରାୟଗଡ଼ାରେ ବିଦ୍ୟାଧର ଶବର, ମଞ୍ଜୁଳା ମିନିଆକା, ସୁନ୍ଦରଗଡ଼ରେ ସନ୍ତୋଷ ଅମାତ, ଗାଙ୍ଗି କିଣ୍ଡୋ, ସମ୍ବଲପୁରରେ ଭଗୀନ୍ଦ୍ର କିଶାନ, ସୁଷମା ମୁଣ୍ଡାଙ୍କ ନାମ ଘୋଷଣା କରାଯାଇଛି ।