ନେପାଳ : ସପ୍ତାହରେ ଦୁଇଦିନ ଛୁଟି
ନେପାଳ ସରକାର ସପ୍ତାହକୁ ଦୁଇଦିନ ଛୁଟି ସରକାରୀ ଛୁଟି ଘୋଷଣା କରିଛନ୍ତି ।
ମୂଳତଃ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତୈଳ ସମସ୍ୟା ଉପୁଜିଥିବା କାରଣରୁ ଏଭଳି ଘୋଷଣା କରାଯାଇଛି । ତଦନୁଯାୟୀ ପ୍ରତ୍ୟେକ ଶନିବାର ଓ ରବିବାର ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ ।
ପୂର୍ବରୁ କେବଳ ଶନିବାରକୁ ଛୁଟି ଘୋଷଣା କରାଯାଉଥିଲା । ଦେଶରେ ପେଟ୍ରୋଲ, ଡିଜେଲର ଅଭାବ ପରିଲକ୍ଷିତ ହେଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟ ନିର୍ଘଂଟରେ ମଧ୍ୟ ପରିବର୍ତନ କରାଯାଇଛି । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ ।
ସୋମବାରଠାରୁ ନୂଆ ନିୟମ କାର୍ଯ୍ୟାକାରୀ ହୋଇଛି ବୋଲି ସରକାରୀ ମୁଖପାତ୍ର ସସ୍ମିତା ପୋଖରେଲ ଜଣାଇଛନ୍ତି ।
ପୂର୍ବରୁ ଏହି ସମୟ ନିର୍ଘଂଟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଧାର୍ଯ୍ୟ ଥିଲା ।
ଅପରପକ୍ଷରେ ବିମାନ ଇନ୍ଧନ ବୃଦ୍ଧି ପାଇଥିବାରୁ ନେପାଳ ଏୟାରଲାଇନ୍ସ ପକ୍ଷରୁ ବିମାନ ଭଡ଼ାକୁ ମଧ୍ୟ ବୃଦ୍ଧି କରାଯାଇଛି ।