ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ
୧୧ ଜିଲାକୁ ଅରେଞ୍ଜ ଓ ୧୯କୁ ୟେଲୋ ୱାର୍ଣ୍ଣିଂ
ଋାଜ୍ୟରେ ପାଣିପାଗରେ ବଡ଼ ପରିବର୍ତନ ହୋଇଛି ।
ଏପ୍ରିଲ ମାସ ଆରମ୍ଭରୁ ଖରା ଟାଣ ହେବା ସହ ପ୍ରବଳ ଗରମ ଅନୁଭୂତ ହେଉଥିଲା । ଗତ ସପ୍ତାହ କାଳ ଲୋକେ ଟାଣ ଖରାରେ ସିଝୁଥିଲେ ।
ଏବେ ମଧ୍ୟ ଦିନରେ ପ୍ରବଳ ଖରା ହେଉଛି ।
ତେବେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ସାଂଗକୁ କାଳବୈଶାଖୀ ଜାରି ରହିଛି ।
ଅନ୍ୟପଟେ ଆସନ୍ତା କାଲି ମଙ୍ଗଳବାର ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ଚେତାଇ ଦେଇଛି ।
ଏନେଇ ସତର୍କ ସୂଚନା ଜାରି ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ ଏହି ୧୧ ଟି ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି ।
ସେହିପରି ୧୯ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।