ଅମରାବତୀ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ
ଦୀର୍ଘ ୧୨ବର୍ଷ ଅପେକ୍ଷାର ଅନ୍ତ ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମତରାବତୀ ଘୋଷଣା କରାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବିଭାଜନ ହେବାର ୧୨ବର୍ଷ ପରେ ଅମତରାତୀ ଆନୁଷ୍ଠାନିକ ଭାବେ ମାନ୍ୟତା ପାଇଛି । ପୂର୍ବରୁ ୨୦୧୪ ମସିହା ଆଇନ୍ରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା । ବର୍ତମାନର ସଂଶୋଧନ ପରେ ଅମରାବତୀ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ହେଲା ।
ନୂଆ ନିୟମ ୨୦୨୪ ଜୁନ ୨ରୁ କାର୍ଯ୍ୟକାରୀ ହୋଇଛି ବୋଲି କୁହାଯାଇଛି । ଲୋକସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ, ୨୦୨୬ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ମାନିକମ ଟାଗୋର କହିଛନ୍ତି ଯେ କଂଗ୍ରେସ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ କରୁଥିବାବେଳେ ଏହା ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରୁଛି ।
ସେ କହିଥିଲେ ଯେ ଅମତରାବତୀକୁ ବେଙ୍ଗାଲୁରୁ, ଚେନ୍ନାଇ କିମ୍ବା ହାଇଦ୍ରାବାଦ ଭଳି ବିକାଶ ଘଟୁ । ବିଶାଖାନାଟଣା, ତିରୁପତି ଏବଂ କୁର୍ଣଣୁଲ ମଧ୍ୟ ବିକାଶିତ ହେଉ ।
କାରଣ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ଅମରାବତୀକୁ ସମର୍ଥନ କରୁ । ସେହିପରି ବିଲକୁ ସମର୍ଥନ କରି ବିଜେପି ସଦସ୍ୟ ସିଏମ ରମେଶ କହିଛନ୍ତି ଯେ ସ୍ୱାଧୀନ ଭାରତର ଇତିହାସରେ ଏହା ପ୍ରଥମ ଥର ଯେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ରାଜ୍ୟର ରାଜଧାନୀ ଘୋଷଣା କରି ସଂସଦରେ ଏକ ବିଲ ଆଗତ କରାଯାଇଛି ।