ଚର୍ଚାରେ ସଲମାନଙ୍କ ଫଟା ଜୋତା
ବଲିଉଡର ବହୁ ଚର୍ଚିତ ଅଭିନେତା ସଲମାନ ଖାନଙ୍କ ଫଟା ଜୋତା ଏବେ ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।
କିଏ ଏହାକୁ ଫ୍ୟାଶନ ବୋଲି କହୁଥିବାବେଳେ ଅନ୍ୟ କେହି ଭିନ୍ନ ମନ୍ତବ୍ୟମାନ ପ୍ରଦାନ କରୁଛନ୍ତି । ସଲମାନଙ୍କ ଏହି ଫଟା ଜୋତାର ମୂଲ୍ୟ ଲକ୍ଷଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ଚର୍ଚା ହେଉଛି ।
ବଲିଉଡ ଅଭିନେତା ସଲମାନ ଖାନ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କ ଫ୍ୟାଶନ ପାଇଁ ମଧ୍ୟ ଜଣାଶୁଣା । ସଲମାନ ଖାନଙ୍କ ଏକ ସ୍ୱତନ୍ତ୍ର ଷ୍ଟାଇଲ୍ ଏବଂ ସ୍ୱାଗ ଅଛି । ତାଙ୍କ ପ୍ରଶଂସକମାନେ ତାଙ୍କ ଫ୍ୟାଶନ ପସନ୍ଦକୁ ଉତ୍ସାହର ସହିତ ଅନୁଚରଣ କରିଥାଆନ୍ତି ।
ନିକଟରେ ସଲମାନ ପିନ୍ଧିଥିବା ଏକ ଜୋତାର ଭିଡ଼ିଓ ଏବେ ଚର୍ଚାର ବିଷୟ ହୋଇଛି । ସଲମାନ ଖାନଙ୍କ ଏକ ଭିଡ଼ିଓ ଇଂଟରନେଟରେ ଭାଇରାଲ ହୋଇଛି ।
ଏହି ଭିଡ଼ିଓରେ ସଲମାନ ଖାନଙ୍କ ଜୋତା ସମସ୍ତଙ୍କ ସୃଷ୍ଟି ଆକର୍ଷଣ କରିଥିଲା ।
କ୍ଲିପରେ ସଲମାନ ଏକ ଜୋତା ପିନ୍ଧିଥିବା ଦେଖାଯାଇଥିଲା, ଯାହାକି ଛିଣ୍ଡିଯାଇଥିବା ଏବଂ ପୁରୁଣା ବୋଲି ଜଣାଯାଉଥିଲା । କିନ୍ତୁ ତାହା ଛିଣ୍ଡା କିମ୍ବା ପୁରୁଣା ନୁହେଁ, ଅପରନ୍ତୁ ସେହି ଜୋତର ମୂଲ୍ୟ ଲକ୍ଷଲକ୍ଷ ଟଙ୍କା ବୋଲି ଆଲୋଚନା ହେଉଛି ।