ଖର୍ଗ ଦ୍ୱୀପରେ ଆମେରିକାର ଆକ୍ରମଣ
ଇରାନର ନାମୀ ତୈଳ କେନ୍ଦ୍ର ଖର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ଜାରି ରହିଛି ।
ଏକ ରେଲ ବ୍ରିଜକୁ ଇସ୍ରାଏଲ ଉଡାଇ ଦେଇଛି । ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷରେଏକ ବଡ଼ ବୃଦ୍ଧିକୁ ସୂଚିତ କରୁଛି ।
ପାର୍ସିଆନ ଉପସାଗରରେ ଅବସ୍ଥିତ ଖର୍ଗ ଦ୍ୱୀପ ଇରାନର ପ୍ରାୟ ୯୦% ତୈଳ ରପ୍ତାନୀ ପରିଚାଳନା କରିଥାଏ । ଏହି ଦ୍ୱୀପଟି ଭୌଗୋଳିକ ଏବଂ ଭିତିଭୂମି ଦୃଷ୍ଟିରୁ ଇରାନକୁ ଲାଭଦାୟକ ଦେଇଥାଏ । ଏହି ଆକ୍ରମଣ ପରେ ଇରାନର ବାଣିଜ୍ୟ ଉପରେ ବଡ଼ ଝଟକା ଲାଗିପାରେ ।
ତାହା ସହ ବିଶ୍ୱରେ ବିଶ୍ୱ ଇନ୍ଧନ ମୂଲ୍ୟରେ ପରିବର୍ତନ ଆଣିପାରେ । ଏହି ଦ୍ୱୀପଟି କୁଏତ ଏବଂ ସାଉଦି ଆରବରେ ଥିବା ଆମେରିକୀୟ ସାମରିକ ଘାଟି ପାଖରେ ଅବସ୍ଥିତ ।
ଆମେରିକା ଯୁଦ୍ଧ ବନ୍ଦ ନେଇ ଡେଡଲାଇନ ସରିବା ପୂର୍ବରୁ ଇରାନ ଉପରେ ଆମେରିକାର ଆକ୍ରମଣ ଚାଲିଛି । ଟ୍ରମ୍ପ ହର୍ମୁଜ ପ୍ରଣଳୀ ମୁକ୍ତ କରିବାକୁ ଇରାନକୁ ଡେଲାଇନ୍ ଦେଇଥିଲା ।
ସମସ୍ତ ପାୱାର ଫ୍ଲାଟ ଧ୍ୱଂସ କରିବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଯାହାଦ୍ୱାରା ଇରାନର ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ଧୂଳିସାତ କରାଯିବା ସମ୍ଭବ ହେବ ।