ସୀମା ଅତିକ୍ରମ କରୁଛି ପୃଥିବୀର ଜନସଂଖ୍ୟା : ରିପୋର୍ଟ
ପରିବେଶଗତ ଗବେଷଣା ନ୍ୟୁଜଲେଟରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପୃଥିବୀର ୮୩୦କୋଟି ଜନସଂଖ୍ୟା ପ୍ରାକୃତିକ ସମ୍ପଦ ଉପରେ ଚାପ ପକାଉଛି । ଫଳରେ ଗ୍ରହଣ ପୁନର୍ଜୀବିତ ହେବା କ୍ଷମତା କ୍ରମଶଃ ହ୍ରାସ ପାଉଛି ।
ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ମଣିଷ ପ୍ରାୟ ୭୦ରୁ ୮୦ ପ୍ରତିଶତ ଦ୍ରୁତ ଗତିରେ ପ୍ରାକୃତିକ ସମ୍ପଦ ବ୍ୟବହାର କରୁଛି । ଏହାର ଅର୍ଥ ଆମର ବର୍ତମାନର ଜୀବନଶୈଳୀକୁ ବଜାୟ ରଖିବା ପାଇଁ ଆମ୍ଭଙ୍କୁ ୧.୭ରୁ ୧.୮ ପୃଥିବୀର ଆବଶ୍ୟକତା ରହିଛି ।
ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କୋରି ବ୍ରାଡଶାଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ମଣିଷ ନିଜର ସମ୍ବଳର ସୀମା ଅତିକ୍ରମ କରି ସାରିଛି । ବୈଜ୍ଞାନିକଙ୍କ ମତରେ ପୃଥିବୀର ବହନ କ୍ଷମତା, କିମ୍ବା ଉପଲବ୍ଧ ସମ୍ଭବ ଉପରେ ଆଧାର କରି ଏକ ପ୍ରଜାତି ଦୀର୍ଘ ସମୟ ପାଇଁ ବଂଚି ରହିପାରିବା ସର୍ବଧିକ କ୍ଷମତା ବର୍ତମାନ ମାନବ ଜନସଂଖ୍ୟାଠାରୁ କମ୍ ରହିଛି ।
ଏହି ଅଧ୍ୟୟନ ଦୁଇ ଶତାବ୍ଦୀର ଜନସଂଖ୍ୟା ତଥ୍ୟ ଉପରେ ଆଧାରିତ । ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ଇତିହାସରେଏକ ସମୟ ଥିଲା ଯେତେବେଳେ ମାନବ ଜନସଂଖ୍ୟା ଏବଂ ସମ୍ବଳ ବ୍ୟବହାର ସନ୍ତୁଳିତ ଥିଲା । କିନ୍ତୁ ୧୯୫୦ ପରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଏବଂ ପ୍ରାକୃତିକ ସମ୍ପଦର ବର୍ଦ୍ଧିତ ବ୍ୟବହାର ଏହି ସନ୍ତୁଳନକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରି ଦେଇଛି ।
ମଣିଷ, କମ୍ବା ହୋମୋ ସାପିଏନ୍ସ ସେମାନଙ୍କର ପ୍ରଯୁକ୍ତିବିଦ୍ୟା କ୍ଷମତା ଯୋଗୁଁ ଏହି ସୀମାକୁ ଆଗକୁ ବଢ଼ାଇ ଚାଲିଛନ୍ତି । ବିଶେଷ କରି ଜୀବାଶ୍ମ ଇନ୍ଧନର ବ୍ୟବହାର, ୨୦ ଶତାବ୍ଦୀରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ।
ପୃଥିବୀର ବହନ କ୍ଷମତା ନେଇ ଚର୍ଚା ୧୯ ଶତାବ୍ଦୀର ଶେଷ ଭାଗରେ ଜାହାଜ ଶିଳ୍ପରୁ ଆରମ୍ଭ ହୋଇଥିଲା, ଯେତେବେଳେ କୋଇଲା ଚାଳିତ ଜାହାଜଗୁଡ଼ିକୁ ମାଲ ଏବଂ ଇନ୍ଧନର ସନ୍ତୁଳନ ମୂଲ୍ୟାଙ୍କନ କରିବା ପାଇଁ ବ୍ୟବହାର କରାଯାଉଥିଲା, ସମାନ ନୀତି ଆଜି ପୃଥିବୀ ଏବଂ ମାନବ ଜୀବନ ପାଇଁ ପ୍ରଯୁଜ୍ୟ । ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୭୦ ସୁଦ୍ଧା ଜନସଂଖ୍ୟା ସର୍ବାଧିକ ଛୁଇଁପାରେ ।
ଅଧ୍ୟୟନ ଅନୁଯାୟୀ ୧୯୫୦ ପରେ ଏକ ସମୟ ଆରମ୍ଭ ହେଲା, ଯାହାକୁ ବୈଜ୍ଞାନିକମାନେ ଏକ ନକରାତ୍ମକ ଜନସଂଖ୍ୟାଗତ ପର୍ଯ୍ୟାୟ ବୋଲି କହୁଛନ୍ତି । ଏହାର ଅର୍ଥ ହେଉଛି ଯେ ଜନସଂଖ୍ୟା ବୃଦ୍ଦି ଆଉ ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରେ ନାହିଁ, ବରଂ ଚାପ ଏବଂ ସମସ୍ୟାକୁ ବୃଦ୍ଧି କରେ ।
କୋରି ବ୍ରାଡସଙ୍କ ଅନୁସାରେ, ଯଦି ବର୍ତମାନର ଧାରା ଜାରି ରହେ, ତେବେ ୨୦୬୦ ଦଶକର ଶେଷ ଭାଗ କିମ୍ବା ୨୦୨୭୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୧୧୭୦କୋରୁ ୧୨୪୦କୋଟି ହୋଇପାରେ ।
ଯାହାକି ବିଡମ୍ବନାର ବିଷୟ!