ଭୁୁବନେଶ୍ୱରରେ ସ୍ତ୍ରୀର ତଂଟି କାଟି ବୀଭତ୍ସ ହତ୍ୟା
କୁହାଯାଏ ଯେ, ବିବାହ ଦୁଇ ଆତ୍ମାର ମିଳନ । ଏହା ଭଗବାନ ଠିକ କରିଥାନ୍ତି ।
କିନ୍ତୁ ଏବେ ଟିକେ ଟିକେ କଥାରେ ଭାଂଗୁଛି ଘରସଂସାର ।
କେଉଁଠି ସ୍ତ୍ରୀକୁ ଯୌତୁକ ଲୋଭରେ ସ୍ୱାମୀ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଉଛି ତ ଆଉ କେଉଁଠି ଜୀବନରୁ ମାରି ଦେଉଛି ।
ପୁଣି କେଉଁଠି ପରକୀୟା ପ୍ରୀତିରେ ସ୍ତ୍ରୀ ବା ସ୍ୱାମୀର ଯାଉଛି ଜୀବନ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱରରେ ।
ଭୁବନେଶ୍ୱର ଏୟାରଫିଲ୍ଡ ଥାନା କୁହାର ସ୍ୱସ୍ତି ନଗର ଅଂଚଳରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ରେ ଜଣେ ସ୍ତ୍ରୀର ତଂଟି କାଟି ହତ୍ୟା କରିଛି ଶୈତାନ ସ୍ୱାମୀ ।
ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ସ୍ୱାମୀ ଅଟକ ରହିଛି ।
ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।
ତେବେ ବିବାହର ୩୦ ବର୍ଷ ପରେ ଏଭଳି କ’ଣ ଘଟିଲା ଯେ, ସେ ହାତ ଧରି ବାହା ହୋଇ ସଂସାର କରିଥିବା ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲେ ନାର୍ହି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।