ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ
ଗତ ଜାନୁଆରୀ ୧୦ରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆ ୱାନ ଏୟାର ବିମାନ ଲାଠିକଟା ଜଳଦା ନିକଟରେ ଖସି ପଡ଼ିଥିଲା ।
ପାଇଲଟ, କୋ-ପାଇଲଟ ଓ ଚାରି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ଏୟାର ଲିଫ୍ଟ ପୂର୍ବରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା ।
ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ମାସକ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ ।
ରିପୋର୍ଟ ଅନୁସାରେ ତେଲ କମ କାରଣରୁ ଇଞ୍ଜିନ କାମ କରି ନଥିଲା । ଶୁଖିଲା ନଦୀରେ ବିମାନକୁ ଓହ୍ଲାଇବାକୁ ଚାଳକ ଉଦ୍ୟମ କରିଥିଲେ, କିନ୍ତୁ ବିମାନର ଉଚ୍ଚତା କମ୍ ଥିବାରୁ ଖାଲି ପଡ଼ିଆରେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ସେଠାରେ ଏକ ଗଛ ରହିବା କାରଣରୁ ତାହା ସହ ଧକ୍କା ହୋଇଥିଲା ।
ଯାହାଦ୍ୱାରା ଦୁର୍ଘଟଣାଟି ଘଟିଥିଲା ।