କ୍ଷମା ମାଗିଲେ ଖଡ଼ଗେ
କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୁଜୁରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କ୍ଷମା ମାଗିଛନ୍ତି ।
ସେ ଜାଣିଶୁଣି ଏଭଳି ଟିପ୍ପଣୀ ଦେଇ ନଥିଲେ ବୋଲି କହଥିବାବେଳେ ଏହାକୁ ଜାଣିଶୁଣି ଭୁଲ ଭାବେ ଦର୍ଶାଯାଇଛି ବୋଲି କହି ଦୁଃଖ ପ୍ରକାଶ କରିଥିଲେ ।
ଖଡ଼ଗେ ନିଜର ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତିଯେ ନିକଟରେ କେରଳରେ ଦିଆଯାଇଥିବା ମୋର ଏକ ନିର୍ବାଚନୀ ଭାଷଣରେ କିଛି ଟିପ୍ପଣୀକୁ ଜାଣିଶୁଣି ଭୁଲ ଭାବେ ସମାଲୋଚନା କରାଯାଉଛି ।
ତଥାପି ମୁଁ ନିଜ ତରଫରୁ ଦୁଃଖ ପ୍ରକାଶ କରୁଛି । ଗୁଜୁରାଟର ଲୋକଙ୍କ ପାଇଁ ମୋ ମନରେ ସବୁବେଳେ ସର୍ବୋଚ୍ଚ ସମ୍ମାନ ରହିଛି ଓ ଆଗକୁ ରହିବ । ତେଣୁ ଏହି କ୍ଷେତ୍ରରେ କାହାକୁ ଆଘାତ ଦେବାରୁ କୌଣସି ଉଦେ୍ଦଶ୍ୟ ନାହିଁ ।
ସୂଚନାଯୋଗ୍ୟ ଯେ କେରଳ ନିର୍ବାଚନ ପ୍ରଚାର ସମୟରେ ଖଡ଼ଗେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଗୁଜୁରାଟ ଲୋକଙ୍କୁ ଟାର୍ଗେଟ କରିଥିଲେ । ଆଉ ଯେଉଁଥିପାଇଁ ବିବାଦ ଆରମ୍ଭ ହୋଇଥିଲା ।
ଖଡ଼ଗେ କହିଥିଲେ ଯେ ମୋଦୀ ଜୀ ଆପଣ ଗୁଜୁରାଟର ଅପାଠୁଆ ଲୋକଙ୍କୁ ବୋକା ବନାଇପାରନ୍ତି, କିନ୍ତୁ କେରଳ ଲୋକ ବୋକା ନୁହଁନ୍ତି ।
ଖଡ଼ଗେଙ୍କ ଏଭଳି ଟିପ୍ପଣୀକୁ ବିଜେପି ନେତାମାନେ ସମାଲୋଚନା କରିବା ସହ ନିନ୍ଦା କରିଥିଲେ ଏବଂ ଖଡ଼ଗେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି ।