ଗୁରୁବାର ଆସାମ, କେରଳ, ପୁଡ଼ୁଚେରୀରେ ଭୋଟ
ଆଗାମୀକାଲି (ଗୁରୁବାର) ଆସାମ, କେରଳ ଏବଂ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଏହି ୩ ରାଜ୍ୟରେ ୬.୧କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।
କେରଳରେ ୧୪୦ ଆସନ, ଆସାମରେ ୧୨୬ଟି ଆସନ ଏବଂ ପୁଡ଼ୁଚେରୀରେ ୩୦ ଆସନରେ ଭୋଟ ହେବ । ଆସାମରେ ବିଜେପି ଲଗାତର ତୃତୀୟ ଥର ପାଇଁ ଏହାର ଏନଡିଏ ମେଂଟ ସହଯୋଗୀମାନଙ୍କ ସହ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଠାରେ ନିର୍ବାଚନ ପ୍ରଚାର କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଆସାମରେ ରାଜ୍ୟ ସଭାପତି ଗୌରବ ଗୋଗଇଙ୍କ ଅଧୀନରେ ଏକ ରାଜନୈତିକ ପ୍ରତ୍ୟାବର୍ତନର ଲକ୍ଷ୍ୟ ରଖିଛି । ଆସାମରେ ୨.୫କୋଟି ଭୋଟର ଥିବାବେଳେ ଏଠାରେ ୧.୨୫କୋଟି ଲେଖାଁଏ ମହିଳା ଏବଂ ପୁରୁଷ ଭୋଟର ଅଛନ୍ତି ।
ଆସାମରେ ୧୮-୧୯ ବୟସ ବର୍ଗ ମଧ୍ୟରେ ୬.୪୨ ଲକ୍ଷ ଭୋଟର ରହିଛନ୍ତି । କେରଳରେ ସିପିଏମ ଦଳର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଏଲଡିଏଫ୍ (ଲେଫ୍ଟ ଡେମୋକ୍ରାଟିକ ଫ୍ରଟ) ପଇଁ କ୍ଷମତା ବଜାୟ ରଖିବାକୁ ସବୁ ଉଦ୍ୟମ ଜାରି ରଖିଛନ୍ତି ।
ଏଠାରେ ୨.୭୧ କୋଟି ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୧.୩୯ କୋଟି ମହିଳା ଏବଂ ୧.୩୨କୋଟି ପୁରୁଷ । ରାଜ୍ୟରେ ୧୮-୧୯ ବୟସବର୍ଗ ମଧ୍ୟରେ ୪.୬୬କୋଟି ଭୋଟର ରହିଛନ୍ତି ।
ପୁଡ଼ୁଚେରୀରେ ଏଆଇଏନଆରସି (ଅଲ ଇଣ୍ଡିଆ ଏନ ଆର କଂଗ୍ରେସ) ମୁଖ୍ୟମନ୍ତ୍ରୀ ଏନ ରଙ୍ଗସ୍ୱାମୀ ପଂଚମ ଥର କ୍ଷମତାକୁ ଫେରିବା ପାଇଁ ଚେଷ୍ଟା ଚଳାଇବା ସହ ଏନଡିଏ ଏଠାରେ କ୍ଷମତା ହାତେଇବାକୁ ଚାହୁଁଛି ।
ପୁଡୁଚେରୀରେ ମୋଟ ୯.୪୪ ଲକ୍ଷ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରେ ୪.୪୩ ଲକ୍ଷ ପୁରୁଷ ଏବଂ ୫ଲକ୍ଷ ମହିଳ ଭୋଟର । ୧୮-୧୯ ବୟସବର୍ଗ ମଧ୍ୟରେ ୨୩,୦୩୩ ଭୋଟର ଅଛନ୍ତି ।
ଅସାାମରେ ୭୨୨ ପ୍ରାର୍ଥୀଂକ ଭାଗ୍ୟ ନିର୍ଦ୍ଦାରଣ ହେବ ଏବଂ କେରଳରେ ୧୪୦ ଆସନ ପାଇଁ ୮୮୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ପୁଡୁଚେରୀରେ ୨୯୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି ।