ଦୁର୍ଘଟଣାରୁ ବର୍ତିଲେ ଅଧୀର ଚୌଧୁରୀ
ମୁର୍ଶିଦାବାଦ କାନ୍ଦି ଥାନା ହାଟପଡ଼ା ନିକଟରେ ବହରମପୁର-କାନ୍ଦି ରାଜ୍ୟ ସଡ଼କରେ ଏକ ସଡ଼କ ଦୁର୍ଘଟଣାରୁ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବହରମପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ତଥା ପ୍ରାକ୍ତନ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବର୍ତି ଯାଇଛନ୍ତି ।
ଜଣାପଡ଼ିଛି ଯେ ତାଙ୍କ ଏସକର୍ଟ ଗାଡ଼ି ଧକ୍କା ମୁହଁରୁ ରକ୍ଷା ପାଇଛି । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ କାନ୍ଦିର ଅନୁକୁଳ ଆଶ୍ରମ ଇଲାକାରେ ଏକ ରୋଡ ଶୋ କରି ବହରମପୁର ଫେରିବା ସମୟରେ ବୁଧବାର ସନ୍ଧ୍ୟାରେ ଏଭଳି ଘଟିଥିଲା ।
ଏକ ବାଲିବୋଝେଇ ଟ୍ରକ ବହରମପୁର ପଥରେ ଯିବା ସମୟରେ ଅଚାନକ ନିୟନ୍ତ୍ରଣ ହରାଇ ପ୍ରାକ୍ତନ ସାଂସଦଙ୍କ ଏସକର୍ଟ ଗାଡ଼ିରେ ଧକ୍କା ମାରିଥିଲା ।
ଯାହାଦ୍ୱାରା ଏସକର୍ଟ ଗାଡ଼ିର ପଛ ଅଂଶରେ କ୍ଷତି ଘଟିଛି । ଧକ୍କାର ତୀବ୍ରତା ଏତେଟା ଥିଲା ଯେ ବାଲି ଗାଡ଼ିର ସମ୍ମୁଖ କାଚ ଭାଙ୍ଗି ଯାଇଛି ।
ତେବେ ବଡ଼ ଧରଣର ବିପଦରୁ ଅଧୀର ଚୌଧୁରୀ ବର୍ତି ଯାଇଛନ୍ତି । ପରେ ଟ୍ରକଟିକୁ କାନ୍ଦି ଥାନା ପୁଲିସ ଅଟକ କରିଛି । ଏ ସମ୍ପର୍କରେ ଅଧୀର ରଞ୍ଜନ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା ।
ତେବେ ଗାଡ଼ିରେ ଯେଉଁ ନିରାପତା କର୍ମୀମାନେ ରହିଥିଲେ, ସେମାନେ ପ୍ରତ୍ୟେକ ସୁସ୍ଥ ଅଛନ୍ତି ।