ଦଣ୍ଡଯାତ୍ରା ବେଳେ ପିଟାପିଟି
ଗଞ୍ଜାମ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣାକୁ ନେଇ ସାଧାରଣରେ ଚର୍ଚା ଆରମ୍ଭ ହୋଇଛି ।
ପଂଚୁଦଣ୍ଡ ଚାଲିଥିବାବେଳେ ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଏକ ଭିଡ଼ିଓ ସାଧାରଣରେ ଭାଇରାଲ ହେବାରେ ଲାଗିଛି ।
ହିଞ୍ଜିଳିକାଟୁ ସାନ ପାର୍ଟି ଓ ପୁରୁଷୋତମପୁର ଗୌଡ଼ପାର୍ଟି ମୁହାଁମୁହିଁ ହୋଇଥିଲେ । ଦଣ୍ଡୁଆଙ୍କ ଭିତରେ ମାରିପିଟ ପରେ ଉତେଜନା ସୃଷ୍ଟି ହୋଇଥିଲା ।
ତେବେ କେଉଁ କାରଣରୁ ଏହି ଗଣ୍ଡଗୋଳ ତାହା ଏବେବି ସ୍ପଷ୍ଟ ହୋଇପାରି ନାହିଁ ।
ଏ ନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି ।
ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଦେଖାଯାଇଛି ।