କାମ କରୁକରୁ ଟଳିପଡ଼ିଲେ ଡିଏଫଓ
ଦପ୍ତରରେ କାମ କରୁଥିବାବେଳେ ହଠାତ୍ ଡିଏଫଓ ଟଳିପଡ଼ିବା ବିଷୟ ଅଂଚଳରେ ଚର୍ଚା ପ୍ରସଙ୍ଗ ପାଲଟିଛି । ଘଟଣାଟି ଭଦ୍ରକ ଜିଲା ଚାନ୍ଦବାଲିରେ ଘଟିଛି ।
ଶନିବାର ପୂର୍ବାହ୍ନରେ ଦପ୍ତରରେ କାମ କରୁଥିବାବେଳେ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ କୁମାର ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ି ଯାଇଥିଲେ ।
ସଙ୍ଗେ ସଙ୍ଗେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମୃତ ଅଧିକାରୀଙ୍କ ଘର କେନ୍ଦ୍ରାପଡ଼ା ଜିଲା ରାଜକନିକା ବରୁଣାଡିହାରେ । ଡିଏଫଓଙ୍କ ମୃତ୍ୟୁ ଖବର ଶୁଣି ବନ ବିଭାଗ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କ ନିକଟରେ ପହଂଚିଥିଲେ ।
ତାଙ୍କୁ ୫୯ବର୍ଷ ହୋଇଥିବାବେଳେ ଚାକିରି କାଳ ଆଉ ମାତ୍ର ବର୍ଷେ ଥିବା ଜଣାପଡ଼ିଛି ।