୨୦ରେ ମହାନଦୀ ଶୁଣାଣି
ମହାନଦୀ ଜଳ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।
ଆସନ୍ତା ୨୦ ତାରିଖରେ ପରବର୍ତୀ ଶୁଣାଣି ରହିଛି । କ୍ଷେତ୍ର ପରିଦର୍ଶନ ରିପୋର୍ଟ ଅନ୍ତର୍ଭୁକ୍ତ କରିବାକୁ ଟ୍ରିବ୍ୟୁନାଲ ନିର୍ଦେଶ ଦେଇଛନ୍ତି ।
ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି ।
ଦୁଇ ରାଜ୍ୟର ବୈଷୟିକ ଟିମ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି । ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି ।
ଆପୋଷ ବୁଝାମଣା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ ଅଛନ୍ତି । କେନ୍ଦ୍ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।
ଆହୁରି ମଧ୍ୟ ସେ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗରେ ଯଥେଷ୍ଟ ପ୍ରଗତି ହୋଇଛି, ଖୁବଶୀଘ୍ର ସମାଧାନ ହେବ ।