ଡିଏ ନେଇ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
ପେନସନଭୋଗୀଙ୍କୁ ମିଳିବ ଅଧିକ ଫାଇଦା
ସୁପ୍ରିମ କୋର୍ଟ ଡିଏ ଏବଂ ଡିଆର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ମହଙ୍ଗା ଭତା ବୃଦ୍ଧି କରିବା ସମୟରେ ରାଜ୍ୟ ସରକାର ଚାକିରି କରିଥିବା କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ପାତର ଅନ୍ତର କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଅବସରପ୍ରାପ୍ତ ବ୍ୟକ୍ତିମାନଙ୍କ ପାଇଁ ସମାନତାର ଅଧିକାରକୁ ବଜାୟ ରଖି ବିଚାରପତି ମନୋଜ ମିଶ୍ର ଏବଂ ପ୍ରସନ୍ନ ବି ଭାରାଲାଙ୍କ ଖଣ୍ଡପୀଠ କେରଳ ସରକାର ଏବଂ କେରଳ ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ୧୧ ପ୍ରତିଶତ ବୃଦ୍ଧି କରିବା ଧାରା-୧୪ର ଉଲଙ୍ଘନ କରେ ।
ଡିଏ ଏବଂ ଡିଆର ଉଭୟର ଉଦେ୍ଦଶ୍ୟ ସମାନ । ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଜୀବନଯାପନ ଖର୍ଚର ମୁକାବିଲା କରିବାରେ ସାହାଯ୍ୟ କରିବା ।
କେରଳ ରାଜ୍ୟ ପରିବହନ ନିଗମ ଯୁକ୍ତି ଦେଇଥିଲା ଯେ ଆର୍ଥିକ ପରିସ୍ଥିତି ଖରାପ ଥିଲା, ତେଣୁ ଏହା ପେନସନଭୋଗୀଙ୍କୁ କମ୍ ବୃଦ୍ଧି ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲା । ସୁପ୍ରିମ କୋର୍ଟ କେରଳ ହାଇକୋର୍ଟର ଏକ ଡିଭିଜନ ବେଂଚର ନିଷ୍ପତିକୁ ସମର୍ଥନ କରିଛନ୍ତି ।
ଯାହା ପେନସନଭୋଗୀଙ୍କ ସପକ୍ଷରେ ରାୟ ଦେଇଥିଲା । ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇପାରିବ ନାହିଁ ।
ଏହି ନିଷ୍ପତି ଦେଶର ଲକ୍ଷଲକ୍ଷ ସରକାରୀ ପେନସନଭୋଗୀଙ୍କ ପାଇଁ ଏକ ସୁରକ୍ଷା ସ୍ୱରୂପ କାର୍ଯ୍ୟ କରେ ।
ଯାହାଦ୍ୱାରା ଏବେ କୌଣସି ରାଜ୍ୟ ସରକାର ଦରମା ସଂଶୋଧନ କିମ୍ବା ମହଙ୍ଗା ଭତା ଘୋଷଣା କରିବା ସମୟରେ ପେନସନଭୋଗୀଙ୍କ ପ୍ରତି ପକ୍ଷପାତ କରିବାକୁ ଭୟ କରିବେ ।