ପ୍ରସ୍ତାବିତ କଳାପତାକା ଅଭିଯାନ ସ୍ଥଗିତ
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ, ଖିଲାପକାରୀଙ୍କୁ ଦଣ୍ଡବିଧାନ ଦାବିରେ ୮୭୮ ଦିନର ଦୁର୍ବାର କଳାପତାକା ଅଭିଯାନ ଚଳାଇ ଓଡ଼ଇଶା ସରକାରୀ ଭାଷା ଆଇନ-୧୯୫୪ରେ ତିନିଥର ସଂଶୋଧନ କରିବାକୁ ବାଧ୍ୟ କରିଥିବା ଭାଷା ଆନେ୍ଦାଳନ, ଓଡ଼ିଶା ପକ୍ଷରୁ ଆଗାମୀ ୧୪ତାରିଖ ଓଡ଼ିଆ ନବବର୍ଷଠୁ ପୁନର୍ବାର କଳାପତାକା ଅଭିଯାନ ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଥିଲା ।
ଓଡ଼ିଶା ସରକାର ୨୦୧୮ ଦ୍ୱିତୀୟ ସଂଶୋଧନ ଏବଂ ତଦନ୍ତୁଯାୟୀ ୨୦୧୯ ମସିହାରେ ପ୍ରଣୀତ ନିୟମାବଳିକୁ ଅଣଦେଖା କରି ୨୦୧୬ ମସିହାରେ କରାଯାଇଥିବା ଦ୍ୱିତୀୟ ସଂଶୋଧନ ଅନୁସାରେ ଅଧିସୂଚନା ଜାରି କରିଥିଲେ । ଦ୍ୱିତୀୟ ସଂଶୋଧନ ବେଳେ ସରାକରୀ କାର୍ଯ୍ୟ ଓଡ଼ିଆ କିମ୍ବା ଇଂରାଜୀ କିମ୍ବା ଉଭୟ ଭାଷାରେ କରାଯାଇ ପାରିବାର ବ୍ୟବସ୍ଥା ରଖାଯାଇଥିବାରୁ ଭାଷା ଆନେ୍ଦାଳନ ତରଫରୁ ତୀବ୍ର ବିରୋଧ କରାଯାଇଥିଲା ।
ଫଳରେ ୨୦୧୮ ମସିହାରେ ତୃତୀୟ ଥର ସଂଶୋଧନ କରାଯାଇ କେବଳ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ନ କଲେ, ୧୯୬୨ ଚାକିରି ଦଣ୍ଡବିଧି ଅନୁସାରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଥିଲା ।
ତଥାପି, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୧୬ ସଂଶୋଧନ ସର୍ତ ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଥିଲା, ଯାହାକୁ ଭାଷା ଆନେ୍ଦାଳନ ତରଫରୁ ମଧ୍ୟ ବିରୋଧ କରାଯାଇଥିଲା ।