ମାଡ଼ିଗଲା ଟ୍ରକ, ୭ ମୃତ
ଗୁଜୁରାଟର ସୁରେନ୍ଦ୍ରନଗର ଜିଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଛି ।
ଗତକାଲି ବିଲମ୍ବିତ ରାତ୍ରିରେ ଲକ୍ତାର-ଭିରାମଗାମ ରାଜପଥରେ ଘଟିଛି । ପୁଲିସର କହିବାନୁସାରେ ଗତକାଲି କିଛି ଯାତ୍ରୀ ରାଜକୋଟରୁ ବହୁଚରାଜିକୁ ଏକ ମନ୍ଦିରରେ ପ୍ରାର୍ଥନା କରିବା ଲାଗି ଯାଉଥିଲେ ।
ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଦୁର୍ଘଟଣାରେ ୬ଜଣ ତୀର୍ଥଯାତ୍ରୀ ଓ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଅଛନ୍ତି ।
ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।
ସେପଟେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଜଣକ ଫେରାର ହୋଇଯାଇଥିବାବେଳେ ପୁଲିସ ଘଟଣାରେ ଅଧିକ ଛାନଭିନ ଜାରି ରଖିଛି ।