ମାନସ ଓ ସୁଲତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡ
ବିଜେଡିର ସଂସଦୀୟ ଦଳ ନେତା ହେଲେ ମାନଓ ମଙ୍ଗରାଜ । ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଲା ଦଳ ।
ରାଜ୍ୟସଭାରେ ସଂସଦୀ ୟ ଦଳ ନେତା ପଦରେ ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି କରିଛି ବିଜୁ ଜନତା ଦଳ ।
ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦେଇଛି ଦଳ । ଗତ କିଛିଦିନ ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ ।
ଏହି ପଦ ପାଇଁ ନବ ନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାମ ଚର୍ଚାରେ ରହିଥିଲା । କିନ୍ତୁ ସବୁ ଚର୍ଚାରେ ଦଳର ସୁପ୍ରିମୋ ତଥା ଓଡ଼ିଶା ବିଧାନସଭା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ଣ୍ଣଛେଦ ପକାଇଛନ୍ତି ।
ଶ୍ରୀ ମଙ୍ଗରାଜଙ୍କୁ ଏହି ପଦରେ ଦଳ ନିଯୁକ୍ତି ଦେଇଛି । ସେହିପରି ସାଂସଦ ସୁଲତା ଦେଓଙ୍କୁ ଉପନେତା ଦାୟିତ୍ୱ ଦିଆଯାଇଛି ।
ବିଗତ ଅଧିବେଶନମାନଙ୍କରେ ସାଂସଦ ଶ୍ରୀମତୀ ଦେଓଙ୍କ କାର୍ଯ୍ୟଦକ୍ଷତା ଭଲ ରହିଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସେ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ।