କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ, ୧୫୯ ଗିରଫ
ଝାଡ଼ଖଣ୍ଡ ଏକ୍ସାଇଜ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ଏକ ବଡ଼ ଧରଣର ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି ।
ଯାହାକି ସମଗ୍ର ରାଜ୍ୟରେ ବ୍ୟାପକ ଉତେଜନା ସୃଷ୍ଟି କରିଛି । ପୁଲିସ ଏବଂ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୧୫୯ଜଣଙ୍କୁ ଗିରଫ କରିଛି ।
ରିପୋର୍ଟ ଅନୁଯାୟୀ ପରୀକ୍ଷା ସମୟରେ ହିଁ ପ୍ରଶାସନ ପେପର ଲିକ ସମ୍ପର୍କରେ ସୂଚନା ପାଇଥିଲା । ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା । ସନ୍ଦିଗ୍ଧ ପ୍ରାର୍ଥୀମାନଙ୍କ ଉପରେ ନଜର ରଖାଯାଇଥିଲା ।
ତଦନ୍ତରୁ ଜଣାପଡ଼ିଛି ଯେ କିଛି ପ୍ରାର୍ଥୀଙ୍କ ପାଖରେ ପୂର୍ବରୁ ପ୍ରଶ୍ନପତ୍ର ରହିଥିଲା, ଯାହା ସମଗ୍ର ନିଯୁକ୍ତି ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ସରକାର ଏକ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେକଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ସେପଟେ ପରୀକ୍ଷା ପାଇଁ ପ୍ରସ୍ୁତି କରୁଥିବା ଅନେକ ପ୍ରାର୍ଥୀ ଏହି ଘଟଣା ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।
ସେମାନେ କହିଛନ୍ତି ଯେ ଏହା କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ । ଏହି ଘଟଣା ସେମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରିବ ।
ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ କରି ସ୍ୱଚ୍ଛ ଭାବେ ପୁନଃ ପରିଚାଳନା କରିବାକୁ ଦାବି କରିଛନ୍ତି ।
ପ୍ରଶାସନ ସ୍ପଷ୍ଟ କରିଛି ଯେ ଯଦି ତଦନ୍ତରେ ପେପର ଲିକ ହୋଇଥିବାର ପ୍ରମାଣ ମିଳେ, ତେବେ ପରୀକ୍ଷା ବାତିଲ ପାଇଁ ବିଚାର କରାଯିବ ।