ପାରାଦ୍ୱୀପ ପୋର୍ଟରେ ଇରାନ ଜାହାଜ
ଆଣିଛି ୨,୭୭,୩୨୧ ମେଟି୍ରକ ଟନ ଅଶୋଧିତ ତୈଳ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱ ସମେତ ଭାରତରେ ଏହାର ପ୍ରଭାବ ଦେଖାଦେଇଛି । ବିଶେଷ କରି ସମଗ୍ର ବିଶ୍ୱରେ ତୈଳ ଓ ଗ୍ୟାସର ସଂକଟ ଦେଖାଦେଇଥିବାବେଳେ ଭାରତ ଏଥିରୁ ବାଦ ପଡ଼ିିନି ।
ତେବେ ସୋମବାର ଇରାନର ଏକ ଜାହାଜ ତୈଳ ନେଇ ପାରାଦ୍ୱୀପ ପୋର୍ଟରେ ପହଂଚିଛି ।
ଇରାନର ଖର୍ଗ ଦ୍ୱୀପରୁ ୨,୭୭,୩୨୧ ମେଟି୍ରକ ଟନ ଅଶୋଧିତ ତୈଳ ଆଣି ପହଂଚିଛି ଏହି ଇରାନୀୟ ଜାହାଜ ।
ଦେଶର ସଂକଟ ସମୟରେ ଅଏଲ ରିଫାଇନାରୀରେ ପହଂଚିଛି ଏହି ତୈଳ ଜାହାଜ ।