ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗ
ମା’-ପୁଅ ଗିରଫ, ୧୬୪ ବଜ୍ରକାପ୍ତା କାତି ଜବତ
ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ନୟାଗଡ଼ର କୁଜାମେଣ୍ଡି ବିଟ ହାଉସର କୁଜାମେଣ୍ଢି ଗାଁରୁ ମା-ପୁଅଙ୍କୁ ବନବିଭାଗ ଗିରଫ କରିଛି ।
ତେବେ ଚିତାବାଘକୁ ମାରି ଶିକାରୀ ଫେରାର ହୋଇଥିବାବେଳେ ସେହି ଚିତାବାଘର ଛାଲ ଓ ବଜ୍ରକାପ୍ତାର କାତି ଲୁଚାଇ ରଖିଥିବା ଅଭିଯୋଗରେ ଜ୍ୟୋତ୍ସ୍ନା ଓ ତାଙ୍କ ପୁଅଙ୍କୁ ବନବିଭାଗ ଗିରଫ କରିଛି ।
ସେମାନେ ଫୁଲବାଣୀ ଅଂଚଳରୁ ଚିତାବାଘ ଶିକାର କରି ଛାଲ ଆଣିଥିବା ସୂଚନା ମିଳିଛି ।
ଗିରଫ ଦୁହେଁ ହେଲେ ଜ୍ୟୋତ୍ସ୍ନାରାଣୀ ମଲିକ ଓ ତାଙ୍କ ପୁଅ ପ୍ରଦୀପ ମଲିକ ବୋଲି ନୟାଗଡ଼ ଡିଏଫଓ ସୂଚନା ଦେଇଛନ୍ତି ।
ସେମାନେ ବଜ୍ରକାପ୍ତାକୁ ମାରି ତା’ର ୧୬୪ଟି କାତି ଲୁଚାଇ ରଖିଥିବା ବନବିଭାଗ କହିଛି ।