ରାଜଧାନୀରୁ ଉଚ୍ଛେଦବେଳେ ବିପୁଳ ଏଲପିଜି ସିଲିଣ୍ଡର ଜବତ
୬୮ ଏକର ସରକାରୀ ଜମିରେ ତିଆରି ଘର ଉଚ୍ଛେଦ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ସାର ବିଶ୍ୱରେ ଲାଗି ରହିଛି ତୈଳ ଓ ଗ୍ୟାସ ସଂକଟ । ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତମାନ ରନ୍ଧନ ଏଲପିଜି ସିଲିଣ୍ଡର ବିତରଣ ଓ ଷ୍ଟକ ଉପରେ ନାନାଦି କଟକଣା ଲଗାଇଛନ୍ତି । ସାରା ଦେଶବାସୀ ବର୍ତମାନ ଗ୍ୟାସ ସିଲିଣ୍ଡର ନ ମିଳିବା ବା ବିଳମ୍ବରେ ମିଳିବା ନେଇ ଆଶଙ୍କିତ ।
ଏହା ମଧ୍ୟରେ ସାମ୍ନାକୁ ଆସିଛି ଅନେକ ସିଲିଣ୍ଡର କଳାବଜାରୀର ଘଟଣା । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।
ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଧୀନ ଶ୍ୟାମପୁର ଅଂଚଳରେ ପ୍ରାୟ ୬୮ ଏକର ସରକାରୀ ଜମିରେ ତିଆରି ଘରଗୁଡ଼ିକର ଜବରଦଖଲ ଉଚ୍ଛେଦବେଳେ ଶତାଧିକ ଚୋରା ଗ୍ୟାସ ଭର୍ତି ସିଲିଣ୍ଡରକୁ ପୁଲିସ ଜବତ କରିଛି ।