ମେ ୮ରେ ପ.ବଙ୍ଗ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ
ପଶ୍ଚିମବଙ୍ଗ ମାଧ୍ୟମିକ ପରୀକ୍ଷା ଫଳ ଆସନ୍ତା ମେ ୮ତାରିଖରେ ପ୍ରକାଶ ପାଇବ । ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ମଧ୍ୟଶିକ୍ଷା ପର୍ଷଦ ପକ୍ଷରୁ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି ।
ସେହିପରି ରେଜଲ୍ଟ ନେଇ ଅଧିକ ଜାଣିବା ସକାଶେ ପରୀକ୍ଷାର୍ଥୀଙ୍କୁ ମଧ୍ୟଶିକ୍ଷା ପର୍ଷଦ ପକ୍ଷରୁ ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ କୁହାଯାଇଛି । କେଉଁଠି ଏବଂ କିପରି ରେଜଲ୍ଟ ଦେଖାଯିବ ସେ ସମ୍ବନ୍ଧରେ ପର୍ଷଦ ପକ୍ଷରୁ ଅବଗତ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ୨୦୨୬ ମସିହା ଫେବୃୟାରୀ ୨ତାରିଖରେ ପଶ୍ଚିମବଙ୍ଗ ମାଧ୍ୟମିକ ପରୀକ୍ଷା ଆରମ୍ଭ ହୋଇଥିଲା । ଯାହାକି ଫେବୃୟାରୀ ୧୨ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।
୨୦୨୫ ମସିହାରେ ମାଧ୍ୟମିକ ପରୀକ୍ଷା ଫଳ ମେ ୨ ତାରିଖରେ ପ୍ରକାଶ ପାଇଥିଲା, ପାସ ହାର ୮୬.୫୮% ରହିଥିଲା ।
ତେବେ ଚଳିତବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବାବେଳେ ଭୋଟ ଫଳ ମେ ୪ତାରିଖରେ ହେବ ।
ସେଦୃଷ୍ଟିରୁ ମେ ୮ତାରିଖରେ ଭୋଟ ଫଳାଫଳ ଘୋଷଣା ପାଇଁ ନିଷ୍ପତି ହୋଇଛି ବୋଲି ପର୍ଷଦ ପକ୍ଷରୁ କୁହାଯାଇଛି ।