କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ
ଶୁକ୍ରବାର ଲୋକସଭାରେ ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଦାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ୩ଟି ସମ୍ବିଧାନ ସଂଶୋଧନ ବିଲ୍ କାଟ ଖାଇଛି ।
ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବା କାରଣରୁ ଏ ବାବଦ ବିଲ ସଂସଦରେ ବିଫଳ ହୋଇଥିବା ଜଣାପଡ଼ିଛି ।
ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏ ବାବଦ ବିଲ ସଂସଦରେ ବିଫଳ ହୋଇଛି ।
ଆଜି ଲୋକସଭାରେ ଏହି ବିଲ୍ ଉପରେ ହୋଇଥିବା ଭୋଟ ଗ୍ରହଣରେ ୨୯୮ ଜଣ ସଦସ୍ୟ ସପକ୍ଷରେ ଭୋଟ ଦେଇଥିବାବେଳେ ୨୩୦ଜଣ ବିପକ୍ଷରେ ଭୋଟ ଦେଇଥିଲେ ।
ବିଲ ପାରିତ ହେବା ପାଇଁ ଶାସକ ଏନଡିଏକୁ ୩୨୬ ଭୋଟ ଦରକାର ଥିଲା । ସୀମା ନିର୍ଦ୍ଦାରଣ ପାଇଁ ଏକ ନୂତନ ଜନଗଣନାର ଆବଶ୍ୟକତାକୁ ଏଡାଇବା ପାଇଁ ଏହି ବିଲ୍ ଲକ୍ଷ୍ୟ ରଖିଥିବା ବେଳେଏହା ଭଣ୍ଡୁର ହୋଇଥିବାରୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।
କେନଦ୍ରମନ୍ତ୍ରୀ କିରଣ ରିଜିଜୁ ଲୋକସଭାରୁ ଏହି ବିଲ୍ ପ୍ରତ୍ୟାହାର କରିବା ପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଛି ।