ଗୌତମ ଆଦାନୀ : ଏସିଆର ସବୁଠୁ ଧନୀ
ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ବଡ଼ ଧନୀ ବ୍ୟକ୍ତି ହୋଇଛନ୍ତି ।
ତାଙ୍କର ନିଟ ସମ୍ପତି ୯୨.୬ ବିଲିୟନ ଡଲାରକୁ ବୃଦ୍ଧି ପାଇବା ଫଳରେ ସେ ବିଶ୍ୱର ଉନବିଂଶ ଧନୀ ବ୍ୟକ୍ତି ହୋଇଛନ୍ତି । ୯୦.୮ ବିଲିୟନ ଡଲାରର ସମ୍ପତି ସହ ମୁକେଶ ଅମ୍ବାନୀ ଏସିଆର ଦ୍ୱିତୀୟ ଏବଂ ବିଶ୍ୱର ବିଂଶତମ ଧନୀ ବ୍ୟକ୍ତି ସ୍ଥାନରେ ରହିଛନ୍ତି । ଭୂରାଜନୈତିକ ଅସ୍ଥିରତା ପାଇଁ ଏସିଆରେ ଧନୀମାନଙ୍କ ସମ୍ପତିରେ ଅସ୍ଥିରତା ଚଳିତବର୍ଷ ପରିଲକ୍ଷିତ ହୋଇଛି ।
ଶୀର୍ଷ ୨୦ ଧନୀଙ୍କ ମଧ୍ୟରୁ ୭ଜଣଙ୍କର ସମ୍ପତି କମିଛି । ଫ୍ରାନ୍ସ ବ୍ୟବସାୟୀ ତଥା ଏଲଭିଏମଏଚ ସିଇଓ ବର୍ନାର୍ଡ ଆର୍ଶଲଟଙ୍କ ସମ୍ପତି ୨୦୨୬ରେ ୪୪ ବିଲିୟନ ଡଲାର କମିଛି । ଅନ୍ୟ ଯେଉଁ ଧନୀମାନଙ୍କର ସମ୍ପତି କମିଛି ସେମାନେ ହେଲେ ଷ୍ଟିଭ ବାଲମର, ଲାରି ଏଲିସନ, ବିଲ ଗେଟସ, ୱାରେନ ବଫେଟ, ଆମାନସିଓ ଓର୍ଟେଗା ଏବଂ ମୁକେଶ ଅମ୍ବାନୀ ବଲୁମବର୍ଗ ବିଲିୟନେୟାର୍ସ ସୂଚୀରୁ ଜଣାପଡ଼ିଛି ।
ଆଦାନୀ ଓ ଅମ୍ବାନୀଭ୍କ ବ୍ୟତୀତ ବଲୁମବର୍ଗ ବିଲିୟନେଆର୍ସ ସୂଚୀରେ ସ୍ଥାନ ପାଇଥିବା ଅନ୍ୟ ଧନୀ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଲକ୍ଷ୍ମୀ ମିତଳ, ଶିବ ନାଦର, ସାପୁର ମିସ୍ତ୍ରି ଓ ତାଙ୍କ ପରିବାର, ସାବିତ୍ରୀ ଜିନ୍ଦଲ, ସୁନୀଲ ମିତଲ ଓ ତାଙ୍କ ପରିବାର, ଅଜିମ ପ୍ରେମଜୀ, କୁମାର ମଙ୍ଗଳମ ବିର୍ଲା, ରାଧାକୃଷ୍ଣ ଦମାନି ।
୩୬.୯ ବିଲିୟନ ଡଲାର ସମ୍ପତି ସହିତ ଲକ୍ଷ୍ମୀ ମିତଳ ବିଶ୍ୱର ଧନୀ ତାଲିକାରେ ୬୨ତମ ସ୍ଥାନରେ ରହିଛନ୍ତି । ଏଚସିଏଲର ଶିବ ନାଦର ୩୩.୫ ବିଲିୟନ ଡଲାର ସମ୍ପତି ସହ ୭୦ତମ ସ୍ଥାନରେ, ୩୩.୨ ବିଲିୟନ ଡଲାର ସମ୍ପତି ସହ ସାପୁର ମିସ୍ତ୍ରି ଓ ପରିବା ୭୧ତମ ସ୍ଥାନରେ, ୩୨.୭ ବିଲିୟନ ଡଲାର ସମ୍ପତି ସହ ସାବିତ୍ରୀ ଜିନ୍ଦଲ ୭୩ତମ ସ୍ଥାନରେ ରହିଛନ୍ତି ।
୬୫୬ ବିଲିୟନ ଡଲାର ସମ୍ପତି ସହ ଏଲନ ମସ୍କ ବିଶ୍ୱର ୧ନମ୍ବର ଧନୀ ସ୍ଥାନରେ ହୋଇଛନ୍ତି । ତାଙ୍କ ପଛକୁ ୨୮୬ ବିଲିୟନ ଡଲାର ସମ୍ପତି ସହିତ ଲାରି ପେଜ ବିଶ୍ୱର ଦ୍ୱିତୀୟ ଧନୀ ସ୍ଥାନରେ ରହିଛନ୍ତି ।
ବିଶ୍ୱର ଶୀର୍ଷ ୧୦ ଧନୀଙ୍କ ମଧ୍ୟରେ ଥିବା ଅନ ବ୍ୟକ୍ତିମାନେ ହେଲେ ଜେଫ ବେଜୋସ, ସର୍ଗି ବ୍ରିନ, ମାର୍କ ଜକରବର୍ଗ, ଲାରି ଏଲିସନ, ମାଇକେଲ ଡେଲ, ଜେନେସେନ ହୁଆଙ୍ଗ, ବାର୍ନାର୍ଡ ଆର୍ନଲ୍ଟ ଏବଂ ଜିମ ୱାଲଟନ ବୋଲି ବଲୁମବର୍ଗ ବିଲିୟନେୟାର୍ସ ସୂଚୀରୁ ଜଣାପଡ଼ିଛି ।