ରୌଦ୍ରତାତି : ୧୮ରୁ ୨୧ ସ୍କୁଲ ଛୁଟି
ପଶ୍ଚିମ ଓଡ଼ିଶା ସହ ସମଗ୍ର ରାଜ୍ୟରେ ରୌଦ୍ରତାପ ବୃଦ୍ଧି ପାଇବାକୁ ଲାଗିଛି ।
ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି ।
ଏଭଳି ସ୍ଥଳେ ସାଧାରଣ ଜନତା ଯେପରି ରୌଦ୍ରତାପରୁ ରକ୍ଷା ପାଇପାରନ୍ତି ସେଥିପାଇଁ ବିଶେଷ ପରାମର୍ଶମାନ ଦିଆଯାଇଛି ।
ସେହିପରି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯେପରି ଏହାଦ୍ୱାରା କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେଇ ଜିଲାପାଳ ଦପ୍ତର ପକ୍ଷରୁ ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଛୁଟି ରଖିବା ପାଇଁ ନିର୍ଦେଶ ହୋଇଛି । ବିଶେଷ କରି ବଲାଙ୍ଗୀର ଜିଲାରେ ଏଭଳି ଘୋଷଣା କରାଯାଇଛି ।
ତେବେ ପରିସ୍ଥିତିକୁ ଗୁରୁତ୍ୱ ଦେଇ ପରବର୍ତୀ ପର୍ଯ୍ୟାୟରେ ଭିନ୍ନ ନିଷ୍ପତି ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।