ଇରାନ ଖୋଲିଲା ହର୍ମୁଜ ପ୍ରଣାଳୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ପଟ୍ରୋଲ, ଗ୍ୟାସ୍ ଆଦି ସାମଗ୍ରୀର ଦର ଆକାଶଛୁଆଁ ହେବାକୁ ବସିଛି । ଏଭଳି ସ୍ଥଳେ ଦେଶବାସୀ ହଟହଟାର ସମ୍ମୁଖୀନ େଉଛନ୍ତି ।
ଏଭଳି ସ୍ଥଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି ।
ଯୁଦ୍ଧ ବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ ଏହି ପଥ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ଖୋଲା ରହିବ । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ମଧ୍ୟ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ କରି ଲେଖିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଖୋଲା ରହିଛି । ଇରାନ ଏବେ ଘୋଷଣା କରିଛି ଯେ ଇରାନର ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ଖୋଲା ଏବଂ ଧନ୍ୟବାଦ ଟ୍ରମ୍ପ ବୋଲି ଲେଖିଛନ୍ତି ।
ଆଉ ଏକ ପୋଷ୍ଟରେ ସେ ସ୍ପଷ୍ଟ କରିଛନ୍ତି ଯେ ଇରାନ ସମ୍ପୂର୍ଣ୍ଣ ଖାଲି ନ କରିବା ପର୍ଯ୍ୟନ୍ତ ଆମେରିକା ନୌସେନାର ଅବରୋଧ ଜାରି ରହିବ ।
ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଏହାଦ୍ୱାରା ପେଟ୍ରୋଲ ଦର ୧୦% କମିବାର ସମ୍ଭାବନା ଦେଖାଦେଇଛି ।