ଆତଙ୍କୀ ଲିଙ୍କରେ ଓଡ଼ିଶା ଯୁବକ ଗିରଫ
ଗଜୱା-ଏ-ହିନ୍ଦ ଆତଙ୍କୀ ସଂଗଠନରେ ସାମିଲ
ଆତଙ୍କୀ ଲିଙ୍କରେ ଜଣେ ଓଡ଼ିଶାର ଯୁବକଙ୍କୁ ଦିଲ୍ଲୀରେ ପୁଲିସ ଗିରଫ କରି । ଗିରଫ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱରର ଶେଖ ଇମ୍ରାନ ।
ଦିଲ୍ଲୀ ପୁଲିସ ପକ୍ଷରୁ ଦର୍ଶାଯାଇଥିବା ୪ ଗିରଫଙ୍କ ମଧ୍ୟରେ ଶେଖ ଇମ୍ରାନ ଅଛି ।
ସେମାନେ ଗଜୱା-ଏ-ହିନ୍ଦ ଆତଙ୍କୀ ସଂଗଠନରେ ସାମିଲ ହୋଇ ଦେଶରେ ଆତଙ୍କୀ ଆକ୍ରମଣ ପାଇଁ ଆଇଇଡି ବିସ୍ଫୋରକ ତିଆରି କରବା ସହ ଜିହାଦି କାର୍ଯ୍ୟ ପାଇଁ କୁ୍ୟଆର କୋର୍ଡ ବା ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ କରୁଥିଲେ ।
ସୋସିଆଲ ମିଡିଆରେ ଜିହାଦି କାର୍ଯ୍ୟ ପାଇଁ ଅନ୍ୟ ଯୁବକମାନଙ୍କୁ ମଧ୍ୟ ପ୍ରବର୍ତାଉଥିବା ପୁଲିସ କହିଛି ।
ସୂଚନାଥାଉ କି, ଶେଖ ଇମ୍ରାନକୁ ଗତ ୧୦ ତାରିଖରେ ଭୁବନେଶ୍ୱରର କ୍ୟାପିଟାଲ ଅଂଚଳରୁ ଦିଲ୍ଲୀ ପୁଲିସର ଏକ ଟିମ ଆସି ତା’ ଘରୁ ଇମ୍ରାନକୁ ଟେକି ନେଇଥିଲା । ତା’ର ସୋସିଆଲ ଆକାଂଉଟ ଯାଂଚ କରିବା ପରେ ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହିତ ଯୋଗସୂତ୍ରରେ ଥିବା ଜାଣିପାରି ଦିଲ୍ଲୀ ପୁଲିସ ଜାଣିପାରି ତାକୁ ଘରୁ ପଚରାଉଚରା ପାଇଁ ଟେକି ନେଇଥିଲା ।
ଏହି ଆତଙ୍କୀ ଲିଙ୍କ ମାମଲାରେ ମହାରାଷ୍ଟ୍ରରୁ ୨ ଓ ବିହାରରୁ ଜଣଙ୍କୁ ପୁଲିସ ଗିରଫ କରିସାରିଛି ।
ଗିରଫ ୪ ଅଭିଯୁକ୍ତ ରିମୋଟ କଂଟ୍ରୋଲ ଜରିଆରେ ମାରାତ୍ମକ ଆଇଇଡି ଖଂଜି ଦେଶ ବା ରାଜ୍ୟରେ ଏକ ବଡ଼ଧରଣର ଆତଙ୍କୀ ହମଲା କରାଇବାକୁ ପ୍ରସ୍ତୁତି ଚଳାଇଥିଲେ ।