ବେଆଇନ ବାଲି ଖାଦାନରେ ରେଡ୍
ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀ ର ଧିତିପୁରାଠାରେ ବେଆଇନ ବାଲି ଖାଦାନ ଉପରେ ଖଣି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି । ବାଲି ଖାଦାନକୁ ଯାଇଥିବା ରାସ୍ତାକୁ ଜେସିବି ସହାୟତାରେ ତାଡ଼ି ତାକୁ ବନ୍ଦ କରାଯାଇଛି ।
ଏହି ବେଆଇନ ବାଲି ଚାଲାଣ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱହାନୀ ହେଉଥିଲା ।
ବିଶ୍ୱସ୍ତସୂତ୍ରରୁ ଖବରପାଇ ଆଜି ରାଜସ୍ୱ ଓ ମାଇନିଂ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି । ବିଶେଷ କରି ଏହି ବେଆଇନ ବାଲି ଖାଦାନରୁ ବାଲି ଚାଲାଣ କରି ମାଫିଅମାନେ କୋଟି କୋଟି ଟଙ୍କା ଲାଭ କରୁଥିବାବେଳେ ସରକାର ସମ ପରିମାଣର ରାଜସ୍ୱ ହରାଉଛନ୍ତି ।
ଏଥିସହିତ ଏହାଦ୍ୱାରା ସୁବର୍ଣ୍ଣରେଖା ନଦୀର ଗତିପଥ ମଧ୍ୟ ବହୁ ଥର ବଦଳିବାର ନଜିର ରହିଛି ।
ଏଣୁ ଏହି ବେଆଇନ ବାଲିଚାଲାଣକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ବାଲି ଖାଦାନରେ ରେଡ କରାଯାଇଛି ।