ଛତିଶଗଡ଼ ଓ ମହାରାଷ୍ଟ୍ରରେ ୪୫ଡିଗ୍ରୀ ଟପିଲା ତାପମାତ୍ରା
ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବିଶେଷ କରି କେତେକ ଜିଲାରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି, ତେବେ ଶନିବାର ଛତିଶଗଡ଼ ଓ ମହାରାଷ୍ଟ୍ରର କେତେକ ଜିଲାରେ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିଥିବା ଜଣାପଡ଼ିଛି ।
ରାଜସ୍ତାନ, ଉତର ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ର ଅନେକ ସହରରେ ତାପମାତ୍ରା ୪୨ଡିଗ୍ରୀ ଅତିକ୍ରମ କରିଥିବାବେଳେ ଛତିଶଗଡ଼ର ରାଜନନ୍ଦଗାଓଁ, ମହାରାଷ୍ଟ୍ରର ୱାର୍ଦ୍ଦାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ଯେଉଁଠାରେ ପାରଦ ୪୫ଡିଗ୍ରୀ ସେଲସିୟସ ପହଂଚିଛି । ଏହି ଦୁଇଟି ସହର ଦେଶର ସବୁଠାରୁ ଗରମ ସ୍ଥାନ ଭାବେ ଆଜି ଚିହ୍ନଟ ହୋଇଛି ।
ମଧ୍ୟପ୍ରଦେଶର ରତଲାମ ଏବଂ ଉମାରିଆ ମଧ୍ୟ ଶ୍ରେଷ୍ଠ ୧୦ଟି ଗରମ ସହର ତାଲିକାରେ ରହିଛି ।
ରତଲାମରେ ତାପମାତ୍ରା ୪୪ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଉମାରିଆରେ ୪୩.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଛତିଶଗଡ଼ର ୧୩ଟି ଜିଲାରେ ସ୍କୁଲ ସମୟ ପରିବର୍ତନ କରାଯାଇଥିବା ପରିଲକ୍ଷିତ ହୋଇଛି ।