ଜାନକୀଙ୍କୁ ଓଡ଼ିଶା ନାଗରିକ ମଂଚର ଶ୍ରଦ୍ଧାଞ୍ଜଳି
ନବୀନ ଆସିଲେ ବିଜୟଙ୍କ କ୍ଷତି ହେବ : ଜାନକୀ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ପୁଣ୍ୟ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ନବ ଗଠିତ ଓଡ଼ିଶା ନାଗରିକ ମଂଚ । ଏହି ଅବସରରେ ଜାନକୀବାବୁଙ୍କ ଦୂରଦୃଷ୍ଟିକୁ ମନେ ପକାଇଛନ୍ତି ବରିଷ୍ଠ ରାଜନେତା ତଥା ଓଡ଼ିଶା ନାଗରିକ ମଂଚର ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ, ଏକଦା ମୋତେ ଜାନକୀବାବୁ ଫୋନରେ କହିଥିଲେ ଯେ, ନବୀନ ପୁଣି ଥରେ କ୍ଷମତାକୁ ଆସିଲେ ମୋର ବଡ଼ କ୍ଷତି ହେବ । ସେ ଆହୁରି କହିଥିଲେ ଯେ, ବିଜୟ ଦଳ ଗଢ଼ୁ କିନ୍ତୁ ନିଜେ ଗଢ଼ୁ ବୋଲି ସ୍ୱଗର୍ତ ଜାନକୀବାବୁ ତାଙ୍କୁ ଉପଦେଶ ଦେଇଥିଲେ ।
ସେ କେବଳ ଜଣେ ରାଜନେତା ନଥିଲେ ବରଂ ଜରେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ହେବା ସହ ଜଣେ ଭଲ ଜ୍ୟୋତିଷ ଥିଲେ ବୋଲି ଶ୍ରୀ ମହାପାତ୍ର ତାଙ୍କ ମତ ରଖିଛନ୍ତି ।
ବିଜେଡି ଗଠନ ସମୟରେ ଖବର ପାଇ ଅରୁଣ ଦେ’ଙ୍କ ଜରିଆରେ ଡାକିଥିଲେ; କିନ୍ତୁ ସେତେବେଳେ ମୁଁ ତାଙ୍କ କଥାକୁ ଏତେଟା ଗୁରୁତ୍ୱ ଦେଇନଥିଲି ଏପରିକି ଫୋନରେ ମଧ୍ୟ କଥା ହୋଇନଥିଲି ।
ମାତ୍ର ଆଜି ସ୍ୱର୍ଗତ ଜାନକୀବାବୁ କହିଥିବା ସେହି କଥା ସତ ପ୍ରମାଣିତ ହୋଇଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।