ରାଉରକେଲାରେ ରାଷ୍ଟ୍ରପତି
ନିଜକୁ ଜଣେ ସାଧାରଣ ଜନତା ଭାବେ ମନେ କରି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗ୍ରୀଷ୍ମ ଲହରୀ ଜାରି ଥିବା ରାଉରକେଲରେ ପ୍ରୋଟ୍ରୋକଲ ଭାଙ୍ଗି ସାଧାରଣ ଜନତାଙ୍କୁ ଭେଟିଛନ୍ତି ।
ଆଜି ଅପରାହ୍ନରେ ଏଭଳି ଏକ ଦୃଶ୍ୟ ରାଉରକେଲା ରାସ୍ତାପାର୍ଶରେ ଛିଡ଼ା ହୋଇଥିବା ସାଧାରଣ ଜନତାଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟକୁ ନେଇ ଅଂଚଳରେ ସାଧାରଣ ଲୋକେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।
ସୁନ୍ଦରଗଡ଼ ଜିଲା ପାନପୋଷ ସରକାରୀ କଲେଜ ପାର୍ଶ ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ସ୍ଥଳକୁ ଯିବାବେଳେ ହନୁମାନ ବାଟିକା ଛକରେ ରାଷ୍ଟ୍ରପତି ପ୍ରୋଟେକଲ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ରାଜରାସ୍ତାରେ ଗ୍ରୀଷ୍ମ ପ୍ରବାହ ଜାରି ଥିବାବେଳେ ଗାଡ଼ିରୁ ଓହ୍ଲାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଧାସଳଖ ଲୋକଙ୍କୁ ଭେଟିଥିଲେ । ତାଙ୍କର ଟିକେ ଝଲକ ପାଇବାକୁ ଅସହ୍ୟ ତାତିରେ ଅପେକ୍ଷା କରିଥିବା କିଛି ଲୋକଙ୍କ ସହ କଥାବାର୍ତା ମଧ୍ୟ ହୋଇଥିଲେ । ଛୋଟ ପିଲାମାନଙ୍କୁ ଚକୋଲେଟ ଦେବା ସହ କେତେକଙ୍କ ସହ କଥାବାର୍ତା ମଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନିକିଆ ଗସ୍ତରେ ରାଉରକେଲା ଆସିଛନ୍ତି ।
ସକାଳ ୧୦ଟା ୨୦ମିନିଟରେ ରାଉରକେଲା ବିମାନ ବନ୍ଦରରେ ପହଂଚିଥିଲେ ରାଷ୍ଟ୍ରପତି । ୧୦ମିନିଟ ପରେ ଅର୍ଥାତ ସାଢ଼େ ୧୦ଟାରେ ସ୍ୱାଗତ ସମାରୋହ ସ୍ଥଳରେ ସେ ପହଂଚିଥିଲେ । ସାଥିରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାକଉରକେଲ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଥିଲେ ।
ଦେଶାତ୍ମବୋଧକ ସଂଗୀତ ସହ ସାନ୍ତାଳି, କରମା, ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟରେ ୨୫୦୦ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ ।
ଦର୍ଶକମାନଙ୍କ ତାଳିରେ ସଭାମଂଚ ପ୍ରକମ୍ପିତ ହୋଇଥିଲା । ପରେ ରାଷ୍ଟ୍ରପତି ନୃତ୍ୟ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ତାଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ ।