ହ୍ୱାଟ୍ସ ଆପରେ ସମର ଲର୍ଣ୍ଣିଂ ବ୍ୟବସ୍ଥା
ସାଧାରଣ ଛାତ୍ରଛାତ୍ରୀମାନେ ଯେପରି ଗ୍ରୀଷ୍ମ ପ୍ରବାହ କାରଣରୁ ସ୍କୁଲକୁ ନ ଯାଇ ଘରେ ବସି ଶିକ୍ଷା ଲାଭ କରିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର ଲର୍ଣ୍ଣିଂ ବ୍ୟବସ୍ଥା ହାତକୁ ନିଆଯାଇଛି ।
ଜଣାପଡ଼ିଛି ଯେ ଚଳିତ ଖରାଛୁଟିରେ ପିଲାଙ୍କୁ ଯେପରି ସେମାନଙ୍କ ଶିକ୍ଷା ପ୍ରଦାନରେ ବିଳମ୍ବ କରା ନଯାଏ ସେଥିପାଇଁ ସମର ଲଣ୍ଡୁିଂ ବ୍ୟବସ୍ଥା ହାତକୁ ନିଆଯାଇଛି ।
ଏହି ଲର୍ଣ୍ଣିଂ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କ ପିତାମାତା ହ୍ୱାଟ୍ସ ଆପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଆସାଇନମେଂଟ ଦିଆଯିବ ।
ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଚିଠ କରାଯିବ । ସମସ୍ତ ଜିଲା ଶିକ୍ଷର ଅଧିକାରୀଙ୍କୁ ଆସନ୍ତା ୨୫ତାରିଖ ସୁଦ୍ଧା ହ୍ୱାଟସ ଆପ ଗ୍ରୁପ୍ ପାଇଁ ଚିଠି ହୋଇଛି ।
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି ।