ୟୁପି ନିର୍ବାଚନ ନେଇ ଅଖିଳେଶଙ୍କ ଘୋଷଣା
ଏସପି-କଂଗ୍ରେସ ମେଂଟ ଲଢ଼ିବ ୨୦୨୭ ବିଧାନସଭା ନିର୍ବାଚନ
ଉତର ପ୍ରଦେଶର ରାଜନୈତିକ ଦୃଶ୍ୟପଟ ୨୦୨୭ ପାଇଁ ସ୍ଥିର ହୋଇସାରିଛି ।
ସମାଜବାଦୀ ପାଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଆଗାମୀ ସମୟରେ ରାଜ୍ୟର ରାଜନୀତି କେଉଁ ଦିଗକୁ ନେବ ତାହା ସ୍ପଷ୍ଟ କରିଛନ୍ତି ।
ଅଖିଳେଶ ମଧ୍ୟ ମେଂଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ହରିଆଣାର ରେୱାଡିରେଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଖିଳେଶ ଯାଦବ ଦଳର ବିଜୟ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ରାଜନୈତିକ ବିତର୍କକୁ ମଧ୍ୟ ଦୋହଲାଇ ଦେଇଛନ୍ତି ।
ବିରୋଧୀ ଏତାକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ସମୟରେ ମେଂଟ ସମ୍ପର୍କରେ ତାଙ୍କ ବଡ଼ ମନ୍ତବ୍ୟ ଆସିଛି । ସେ ପ୍ରକାଶ କରିଛନ୍ତି ଯେ ସମାଜବାଦୀ ପାର୍ଟି ଆସନ୍ତା ବର୍ଷ ନିର୍ବାଚନ ପରେ ଉତର ପ୍ରଦେଶରେ କ୍ଷମତାକୁ ଏକ ବଡ଼ ପ୍ରତ୍ୟାବର୍ତନ କରିବ । ସେ ବିଜେପିକୁ ସମାଲୋଚନା କରିବା ସହିତ ପଶ୍ଚିମବଙ୍ଗ ସମେତ ବର୍ତମାନ ବିଧାନସଭା ନିର୍ବାଚନ ହେଉଥିବା ସମସ୍ତ ରାଜ୍ୟରେ ଏକ ଦଳର ବଡ଼ ଧରଣର ପରାଜୟ ପୁର୍ବାନୁମାନ କରିଛନ୍ତି ।
ମେଂଟର ଭବିଷ୍ୟତ ବିଷୟରେ ନେଇ ବାରମ୍ବାର ହେଉଥିବା ବିତର୍କର ଅନ୍ତ ଘଟାଇ ସ୍ପଷ୍ଟ ଭାବେ କହିଛନ୍ତି ଯେ ଇଣ୍ଡିଆ ମେଂଟ ଏକଜୁଟ ରହିବ । କଂଗ୍ରେସ ସହିତ ଏସପି ମେଂଟ କରି ନିର୍ବାଚନ ଲଢ଼ିବ । ମେଂଟରେ ଆସନ ଭାଗବଂଟା ଅପେକ୍ଷା ପ୍ରାର୍ଥୀଙ୍କ ଜିତିବାର କ୍ଷମତା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ସେ ବିଜେପିର କାର୍ଯ୍ୟଶୈଳୀକୁ ଲକ୍ଷ୍ୟ କରି କହିଛନ୍ତି ଯେ ବିଜେପି ଶାସକ ଦଳର ବିଭାଜନ କରିବା ପୁରୁଣା ରଣନୀତି ଉପରେ କାର୍ଯ୍ୟ ଜାରି ରହିଛି । ବିଜେପି ପ୍ରଥମେ ଲୋକଙ୍କ ମଧ୍ୟରେ ଅବିଶ୍ୱାସର ବୀଜ ମୁଣେ ଏବଂ ପରେ ସେିମାନଙ୍କୁ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କରି ପରସ୍ପର ବିରୋଧରେ ଠିଆ କରାଉଛି ।
ଭୟର ବାତାବରଣ ସୃଷ୍ଟି କରିବା ବିଜେପିର ସମର୍ଥନ ହାସଲ କରିବାର ପ୍ର,ାଥମିକ ପଦ୍ଧତି ପାଲଟିଛି । ବିରୋଧୀ ଦଳ ଲୋକଙ୍କ ସ୍ୱର ଏବଂ ସରକାରଙ୍କ ଏହି ବିଭାଜନକାରୀ ନୀତିଗୁଡ଼ିକୁ ଲୋକ ଲୋଚନକୁ ଆଣିବା ପ୍ରୟାସ ଜାରି ରଖିବ । ମହିଳା ସଂରକ୍ଷଣ ବିଲ ଉପରେ ଦୃଢ଼ ମତ ପ୍ରକାଶ କରି ସେ ଦାବି କରିଛନ୍ତି ଯେ ଜନଗଣନା ସମାପ୍ତ ନ ହେବା ପର୍ଯ୍ୟନ୍ତ ବିଲ ଉପରେ ଆଲୋଚନା ଅର୍ଥହୀନ ।
ସେ ସିଧାସଳଖ ବିଜେପି ଉପରେ ମହିଳା ଭୋଟରଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ଦେଶର ମହିଳାମାନେ କ୍ରମଶଃ ସଚେତନ ହୋଇଛନ୍ତି । ଅଖିଳେଶଙ୍କ ବକ୍ତବ୍ୟରୁ ଜଣାପଡ଼ିଛି ଯେ ସାମାଜିକ ଓ ରାଜନୈତିକ ଉଭୟ କ୍ଷେତ୍ରରେ ୨୦୨୭ ମସିହା ନିର୍ବାଚନ ପାଇଁ ନିଜ ଦଳକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।