ରାଜ୍ୟରେ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ
ରାଜ୍ୟ ସରକାର ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ।
ଏହି ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ରହିବେ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହା ଉପାଧ୍ୟକ୍ଷ ରହିବେ ।
ଏହି ବିଭାଗର ନିର୍ଦେଶକ ସଦସ୍ୟ ସଚିବ ରହିଛନ୍ତି । ସେହିପରି ବୋର୍ଡର ସଦସ୍ୟ ଭାବେ ରାଜ୍ୟ ପୁଲିସ ମହା ନିର୍ଦେଶକ, ବିଭାଗର ଅତିରିକ୍ତ ସଚିବ ସଦସ୍ୟ ରହିବେ ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପଂଚାୟତ ରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରୁ ସଦସ୍ୟ ଭାବେ ରହିବେ ।
ଏଥି ସହିତ ସଦସ୍ୟ ଭାବେ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଡକ୍ଟରେଟ ପାଇଥିବା ଦୀପ୍ତି ମହାପାତ୍ର ଏବଂ ଟ୍ରାନ୍ସଜେଣ୍ଡର ଅଧିକାର କର୍ମୀ ସୌମ୍ୟ ଦାସ ରହିଛନ୍ତି ।
ଭୁବନେଶ୍ୱରସ୍ଥିତ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଏବଂ ବାଲୁଗାଁସ୍ଥିତ ଚେତନା ସଂଗଠନର ଜଣେ ଲେଖାଁ ପ୍ରତିନିଧି ସଦସ୍ୟ ଭାବେ ରହିବେ ।
ଏମାନଙ୍କ ବ୍ୟତୀତ ବଲାଙ୍ଗୀର, ଅନୁଗୋଳ ଏବଂ ଖୋର୍ଦ୍ଦାର ଜିଲାପାଳମାନେ ପର୍ଯ୍ୟାୟକ୍ରମେ ସଦସ୍ୟ ଭାବେ ସ୍ଥାନ ପାଇବେ ।