ଢେଙ୍କାନାଳ ସହ କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଂଟ
ଢେଙ୍କାନାଳ ସହ କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଂଟ ।
ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।
ଡେଙ୍କାନାଳ ଜିଲାରେ ହେବାକୁ ଯାଉଛି ବାର୍ଷିକ ୬ ନିୟୁତ ଟନ ଉତ୍ପାଦନ କ୍ଷମତାଯୁକ୍ତ ଏକ ନୂଆ ସମନ୍ୱିତ ଷ୍ଟିଲ ପ୍ଲାଂଟ । ଦକ୍ଷିଣ କୋରିଆର ପୋସ୍କୋ ଏବଂ ଭାରତର ଜେଏସଡବ୍ଲ୍ୟୁ ଷ୍ଟିଲ ମିଳିତ ହୋଇ ଏହାକୁ ନିର୍ମାଣ କରିବେ ।
ଏଥିପାଇଁ ଉଭୟ କମ୍ପାନୀ ମଧ୍ୟରେ ସୋମବାର ଏକ ଯୌଥ ଉଦ୍ୟୋଗ ବୁଝାମଣା ସ୍ୱାକ୍ଷର ହୋଇଛି ।
ଏହି ପ୍ରକଳ୍ପ ଜେଏସଡବ୍ଲ୍ୟୁ ଷ୍ଟିଲର ପୂର୍ଣ୍ଣ ମାଲିକାନାଯୁକ୍ତ ସହାୟକ କମ୍ପାନୀ ସାଫ୍ରନ ରିସୋର୍ସେସ ପ୍ରାଇଭେଟ ଲିମିଟେଡଦ୍ୱାରା କାର୍ଯ୍ୟକାରୀ ହେବ । ଢେଙ୍କାନାଳରେ ୧୦୦ ଏକର ଜମି ଅଛି, ଆହୁରି ଆବଶ୍ୟକ ପଡ଼ିପାରେ ।
ଆବଶ୍ୟକ ହେଲେ ରାଜ୍ୟ ସରକାର ଜମି ଯୋଗାଇଦେବ । ଏହା ସହ ଅନୁମତି ଓ ରାଜିନାମା ସ୍ୱାକ୍ଷର ଠିକ ସମୟରେ ଉପଲବ୍ଧ କରାଯିବା ନେଇ ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।