ମଣିପୁରରେ ମୃଦୁ ଭୂମିକମ୍ପ
ମଣିପୁରର ଅନେକ ସ୍ଥାନରେ ମଙ୍ଗଳବାର ସକାଳେ ଭୁମିକମ୍ପ ଅନୁଭୂତ ହୋଇଛି ।
ଭୂମିକମ୍ପର କେନ୍ଦ୍ରସ୍ଥଳ ମଣିପୁରର କାମଜୋଙ୍ଗ ଜିଲାରେ ଥିଲା । ରିକ୍ଟର ସ୍କେଳରେ ଏହାର ତୀବ୍ରତା ୫.୨ ଥିଲା ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହି ଭୂମିକମ୍ପ ସକାଳ ୫ଟା ୫୯ମିନିଟ୍ରେ ହୋଇଥିଲା । ଏହା କାମଜୋଙ୍ଗ ଏବଂ ଏହାର ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।
ଲୋକମାନେ ଭୂକମ୍ପ ଅନୁଭବ କରିବା ମାତ୍ରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶ ୨୪.୭୦୩ ଉତର ଦ୍ରାଘିମା ୯୪.୪୧୫ ପୂର୍ବ ଏବଂ ୬୨ କିଲୋମିଟର ଗଭୀରତାରେ ଥିଲା ।
ଭୂମିକମ୍ପ ଏତେ ଟା ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ନାଗାଲାଣ୍ଡ ଏବଂ ଆସାମରେ ମଧ୍ୟ ଅନୁଭୂତ ହୋଇଥିଲା ।