ନିର୍ବାଚନକୁ ନେଇ ପ.ବଙ୍ଗ ରାଜ୍ୟପାଳଙ୍କ ବାର୍ତା : ‘ଅବାଧ ଓ ଶାନ୍ତିପୂର୍ଣ୍ଣ ହେଉ’
ରାଜ୍ୟରେ ଭୋଟ ଗ୍ରହଣ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ନିର୍ବାଚନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ତେବେ ଲୋକଭବନ ପକ୍ଷରୁ ମଧ୍ୟ ଦାୟିତ୍ୱ ପାଳନ କରାଯିବ ।
ସାଧାରଣ ନାଗରିକଙ୍କୁ ସହାୟତାର ହାତ ମଧ୍ୟ ବଢ଼ାଇ ଦିଆଯିବ ବୋଲି ମଙ୍ଗଳବାର ସମାଜମାଧ୍ୟମରେ ବିବୃତି ଦେଇ ଲୋକଭବନଠାରେ ରାଜ୍ୟପାଳ ଆର. ଏନ. ରବି କହିଛନ୍ତି ।
ଲୋକଭବନରେ ଦିଆଯାଇଥିବା ବିବୃତିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ପ୍ରାକ-ଭୋଟ ଏବଂ ଭୋଟ ପରବର୍ତୀ ପରିସ୍ଥିତି ନେଇ ଏକାଧିକ ଜନପ୍ରତିନିଧି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସେମାନେ ଏଭଳି କେତେକ ପ୍ରସଙ୍ଗ ଉପସ୍ଥାପନ କରିଥିଲେ, ଯେଉଁମାନେ କି ପୂର୍ବ ନିର୍ବାଚନଗୁଡ଼ିକରେ ହିଂସାର ଶିକାର ହୋଇଥିଲେ । ଭୋଟ ସମୟରେ ଲଗାମହୀନ ହିଂସା ବନ୍ଦ କରିବା ନିମନ୍ତେ କମିସନ ପକ୍ଷରୁ ଯେଉଁଭଳି ବିଶେଷ ପଦକ୍ଷେପମାନ ଗ୍ରହଣ କରାଯାଇଛି, ଠିକ୍ ସେହିଭାବେ ରାଜ୍ୟପାଳ ଦପ୍ତର ମଧ୍ୟ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଛି ।
ସେହି କାରଣରୁ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ହେଲ୍ପ ଲାଇନ ଚାଲୁ କରାଯାଇଛି । ଯେଉଁ ହେଲ୍ପ ଲାଇନ୍ ୨୪ଘଂଟା ଖୋଲା ରହିବ ବୋଲି ଉଲ୍ଲେଖ କରାଯାଇଛି ।
ରାଜଭବନ ତରଫରୁ ଯେଉଁ ହେଲ୍ପ ଲାଇନ ଚାଲୁ କରାଯିବ ସେଗୁଡ଼ିକ ହେଲା- ୦୩୩-୨୩୦୦-୧୦୨୨, ୦୩୩-୨୩୦୦-୧୦୨୩, ୦୩୩-୨୩୦୦-୧୦୨୪, ୦୩୩-୨୩୦୦-୧୦୨୫, ୦୩୩-୨୩୦୦-୧୦୨୬, ୦୩୩-୨୩୦୦-୧୦୨୭, ୦୩୩-୨୩୦୦-୧୦୨୮ ଏବଂ ୦୩୩-୨୩୦୦-୧୦୩୬ । ସେହିପରି ନିର୍ଦ୍ଦିଷ୍ଟ ମେଲ ଆଇଡି ମଧ୍ୟ ଦିଆଯାଇଛି ।
ନାଗରିକଙ୍କ ଉଦେ୍ଦଶ୍ୟରେ ଲୋକଭବନର ବାର୍ତା ହେଉଛି ଯେ ଭୋଟ ସମୟରେ କୌଣସି ପ୍ରକାର ଅନିୟମ ବା ଅବୈଧ କାର୍ଯ୍ୟକଳାପ ଯେପରି ନ କରାଯାଏ । ଏଭଳି ଅଭିଯୋଗ ଯଦି ନଜରକୁ ଆସେ ତେବେ ଅବିଳମ୍ବେ ଜଣାଇବାକୁ ହେବ ।
ଲୋକଭବନର ଲକ୍ଷ୍ୟ ଯେ ପ୍ରତିଟି ନାଗରିକଙ୍କ ଭୋଟ ଅଧିକାର ରକ୍ଷା କରିବା । ଗଣତାନ୍ତ୍ରିକ ପ୍ରକ୍ରିୟା ଅକ୍ଷୁର୍ଣ୍ଣ ରଖିବା ହେଉଛି ମୂଳ ଲକ୍ଷ୍ୟ, ଯାହାକି ପ୍ରତ୍ୟେକ ଗ୍ରାହ୍ୟ କରିବା ଆବଶ୍ୟକ ।