ରାୟଗଡ଼ା ସିଜିମାଳିକୁ ଲମ୍ବିିବ ନୂଆ ରେଳଲାଇନ
ରାୟଗଡ଼ାସ୍ଥିତ ସିଜିମାଳକୁ ଯୋଡ଼ିବ ନୂଆ ରେଳଲାଇନ ।
ଏହି ନୂଆ ବ୍ରଡ ଗଜ୍ ରେଳଲାଇନକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ମାନ୍ୟତା ଦେଇଛି ପୂର୍ବତଟ ରେଳବିଭାଗ ।
ଏନେଇ ଗତ କାଲି ଏପ୍ରିଲ ୨୧ ତାରିଖରେ ପୂର୍ବତଟ ରେଳପଥ ପକ୍ଷରୁ ଗେଜେଟ ପ୍ରକାଶ ପାଇଛି । ଏହି ନୂଆ ରେଳପଥଟି ଟିକିରି ଷ୍ଟେସନ ଠାରୁ ଟିକ୍ରିମାଳି ଓ ସିଜିମାଳି ବକସାଇଟ ଖଣିକୁ ସଂଯୋଗ କରିବ ।
ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଅଧୀନରେ ଏହି ରେଳଲାଇନ କାର୍ଯ୍ୟକାରୀ ହେବ ।
ବକସାଇଟ ଖଣି ଅଂଚଳକୁ ସିଧାସଳଖ ରେଳସଂଯୋଗ ରହିଲେ ଖଣି ପରିବହନ ସହଜ ଓ ସୁଗମ ହେବ ଏହି ଉଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ଏହାଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ବେଶ ଗତି ମିଳିବ । ଏହାଦ୍ୱାରା ଶିଳ୍ପାଂଚଳକୁ ଯାତାୟାତ ସହ ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହେବ ।