ଢ଼େଙ୍କାନାଳରେ ଜନଗଣନା କର୍ମଚାରୀଙ୍କୁ ମାଡ଼
୨୦୨୭ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ସାରା ଦେଶରେ ଜନଗଣନା କାର୍ଯ୍ୟକ୍ରମ ଜାରି ରହିଛି । ଦେଶର ବର୍ତମାନ ଜନସଂଖ୍ୟା କେତେ ଅଛି, କେତେ ପ୍ରକୃତ ନାଗରିକ ରହିଛନ୍ତି ଏବଂ କେତେ ବୈଧ ମତଦାତା ରହିଛନ୍ତି ସେଥିପାଇଁ ଏହି ଜନଗଣନା କାର୍ଯ୍ୟକ୍ରମ କରାଯାଉଛି ।
ତେବେ ଅନେକ ରାଜ୍ୟରେ ଜନଗଣନା କରୁଥିବା କର୍ମଚାରୀଙ୍କୁ ହିଂସାର ଶିକାର ହେବାକୁ ପଡ଼ୁଛି । ଏହିଭଳି ଏକ ଅଭାବନୀୟ ଘଟଣା ଆଜି ଢେଙ୍କାନାଳରେ ଘଟିଛି ।
ଘଟଣାରୁ ପ୍ରକାଶ ଯେ, ଢେଙ୍କାନାଳର ମହିମାନଗରରେ ୪ ଜଣ ଜନଗଣନା କର୍ମଚାରୀ ସର୍ଭେ କରିବାକୁ ଯାଇଥିଲେ ।
ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହିତ ଜନଗଣନା କମଚାରୀଙ୍କ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବ୍ୟକ୍ତି ଓ ତାଙ୍କ ୨ ପୁଅ ଜଣକ ୪ ଜଣ ଜନଗଣନା କମଚାରୀଙ୍କୁ ମାଡ଼ ମାରିଥିଲେ ।
ପରେ ସେଠାରେ ଉପସ୍ଥିତ ଅନ୍ୟ କିଛି ଲୋକ ଜନଗଣନା କର୍ମଚାରୀଙ୍କ ଗାଡ଼ିକୁ ଭାଙ୍ଗିରୁଜି ଦେଇଥିବା ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।
ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ଉପଜିଲାନାଳ ଦୀନମଣି ନାୟକ, ଏସପି ଓ ଏସଡିପିଓ ପହଂଚି ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଛନ୍ତି ।