ପ୍ରସ୍ତାବିତ ନାଁ ସମ୍ପର୍କରେ ରାଜ୍ୟ ସରକାରଙ୍କ ମତାମତ ଆହ୍ୱାନ
‘CUTTACK’ ପାଇଁ ‘KATAKA’ ସୁପାରିଶ
ରାଜ୍ୟର ବିଭିନ୍ନ ସ୍ଥାନଗୁଡ଼ିକର ଇଂରାଜୀ ବନାନ ସଂଶୋଧନ ପାଇଁ ସୂଚନା । ପ୍ରସ୍ତାବିତ ନାଁ ସମ୍ପର୍କରେ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର । ଏ ବାବଦରେ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କ ଠାରୁ ମତାମତ ଲୋଡ଼ିଛନ୍ତି । ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ନେଇ ମତ ମଗାଯାଇଛି । ଯେପରିକି ‘ANUGUL’ ପାଇଁ ‘ANUGOLA’ ଓ ‘BOLANGIR’ ପାଇଁ ‘BALANGIR’ ସୁପାରିଶ କରାଯାଇଛି । ସେହିଭଳି ‘BALASORE’ ପାଇଁ ‘BALESHWAR’ ଏବଂ ‘BARGARH’ ପାଇଁ ‘BARAGADA’ ସୁପାରିଶ ହୋଇଛି । ସେହିପରି ‘CUTTACK’ ପାଇଁ ‘KATAKA’ ଏବଂ ‘DEOGHARH’ ପାଇଁ‘DEBAGADA’ ସୁପାରିଶ ହୋଇଛି । ତେବେ ମାସେ ଭିତରେ ନିଜ ନିଜର ମତାମତ ଦେବାକୁ କୁହାଯାଇଛି । ଯେ କୌଣସି ବ୍ୟକ୍ତି ଏ ସର୍ମ୍ପକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର-୭୫୧୦୦୧କୁ ପଠାଇପାରିବେ ବୋଲି ସରକାର ସୂଚନା ଦେଇଛନ୍ତି ।