ବ୍ୟସାୟୀ ସୁୁଧୀର ପାତ୍ର ହତ୍ୟା ଘଟଣାରେ ସୁରତ ଲିଙ୍କ
ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ଗିରଫ
ଗଂଜାମର ବହୁ ଚର୍ଚିତ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟାକାଣ୍ଡର ପର୍ଦାଫାସ କରିବା ସହିତ ଏହାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟପ୍ରତାପକୁ ଗଂଜାମ ପୁଲିସ ସୁରତରୁ ଗିରଫ କରିଛି । ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ହତ୍ୟା ଘଟଣାରେ ସୁରତରୁ ମୁଖ୍ୟ ଅଭିଯୁକ୍ତ ଗିରଫ କରିଛି ପୁଲିିସ । ହତ୍ୟା ପରଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ସୁରତରେ ଲୁଚିକି ରହିଥିଲା ।
ସୁଧୀରଙ୍କୁ ଅତି ନିମର୍ମ ଭାବେ ହତ୍ୟା କରାଯାଇଥିଲା ।
ପ୍ରାୟ ୭ ଦିନ ପରେ ତାଙ୍କ ମୃତଦେହକୁ ପୁଲିସ ଠାବ କରିଥିଲେ ହେଁ ସଢ଼ିପଚି ଯାଇଥିବାରୁ ପୁଲିସ ଚିହ୍ନିପାରିନଥିଲା; ମାତ୍ର ପରିବାର ଲୋକ ମୃତକ ସୁଧୀର ପିନ୍ଧିଥିବା ପୋଷାକରୁ ତାଙ୍କୁ ଚିହ୍ନିପାରିଥିଲେ ।
ମୃତଦେହକୁ ଚିହ୍ନଟ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ଏହି ମାମଲାର ତଦନ୍ତ କରି ପୁଲିସ ଏଥିରେ ଉତରପ୍ରଦେଶ ବାରାଣସୀର ସୁପାରି କିଲର ସୂର୍ଯ୍ୟପ୍ରତାପର ସମ୍ପୃକ୍ତି ଥିବା ଜାଣିପାରି ତାହାକୁ ଗିରଫ କରିବାକୁ ଜାଲ ବିଛାଇଥିଲା । ତେବେ ସେ ସୁରତରେ ଲୁଚିଥିବା ଖବରପାଇ ଗଂଜାମ ପୁଲିସ ତାକୁ ସେଠାରୁ ଗିରଫ କରିଛି ।
ତେବେ ଅପହରଣର ୭ ଦିନ ପରେ ମଧ୍ୟ ପୁଲିସ ଏହାର ଟେର ନପାଇବା ବା ଅପହୃତ ବ୍ୟବସାୟୀଙ୍କୁ ଠାବ କରିନପାରିବା ଗଂଜାମ ପୁଲିସର ପାରିବାପଣିଆ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।